ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ବିଶ୍ବ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ କେ.ନାଗରାଜୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଗଜପତି ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ ଏବଂ କାଶୀନଗର ବ୍ଲକର ଅଧ୍ଯକ୍ଷା ବାଲ୍ଲା.ସାୟାମ୍ମା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଏସିଏଫ୍ ସାଇନଶ୍ରୀ ଦାସ ଏବଂ ଅରୁଣ କୁମାର ସାହୁ ମଞ୍ଚାସୀନ ଥିଲେ।
ସଭାପତି ନିଜ ମନ୍ତବ୍ୟରେ ଜଙ୍ଗଲ ସୁରକ୍ଷା ଦିଗରେ ଗଜପତି ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାରେ ୫୦ ଭାଗ ଅଞ୍ଚଳ ଅଗ୍ନି ନିବାରଣ ପଦକ୍ଷେପ ନିଆଯାଇ ପରିବେଶ ସୁରକ୍ଷା ସ୍ରୁଷ୍ଟି କରାଯାଇ ପାରିଛି। ଜିଲ୍ଲାରେ ୫୮ ପ୍ରତିଶତ ଜଙ୍ଗଲ ରହିଛି। ତାର ରକ୍ଷଣାବେକ୍ଷଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ସହଭାଗିତା ମାଧ୍ୟମରେ ସମସ୍ତ କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ମୁଖ୍ୟ ଅତିଥି ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପକୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ବିଶେଷ କରି ଛାତ୍ରଛାତ୍ରୀ ଯେଉଁମାନେ ଏହି ଦେଶର ଭବିଷ୍ଯତ , ପଞ୍ଚାୟତ ପ୍ରତିନିଧି ଓ ନାଗରିକମାନେ ପ୍ରତ୍ୟେକ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ତାର ଚିରସ୍ଥାୟୀ ପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵ ପରିବେଶ ସୁରକ୍ଷା ଗବେଷକ ଧ୍ରିତିମୋକ୍ଷ ପାଣିଗ୍ରାହୀ ନିଜର ମନ୍ତବ୍ୟ ରଖିଥିଲେ।
ଏହି ଅବସରରେ ହୋଇଥିବା ଚିତ୍ରାଙ୍କନ ଏବଂ ବିତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ।
ସରକାରୀ (ଏସ.ଏସ.ଡି.) ବାଳିକା ଉଚ୍ଚ ବିଦ୍ୟାଳୟ , ସୁନ୍ଦୁରୁବାକୁ ବୃକ୍ଷରୋପଣ/ବନୀକରଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ପୁରସ୍କୃତ କରାଯାଇଥିଲା। କାଶୀନଗର ରେଞ୍ଜର ଦୁର୍ବଳ ଗ୍ରାମଗୁଡ଼ିକୁ ସୌର ଷ୍ଟ୍ରିଟ୍ ଲାଇଟ୍ ଯୋଗାଇ ଦିଆଯାଇଥିଲା ଏବଂ ଜଙ୍ଗଲ ସୁରକ୍ଷା ପ୍ରୟାସକୁ ସୁଦୃଢ଼ କରିବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କୁ ଅଗ୍ନି ନିରାପତ୍ତା ଏବଂ ଅଗ୍ନି ନିର୍ବାପନ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏସିଏଫ , ରେଞ୍ଜ ଅଧିକାରୀ , ବନ କର୍ମଚାରୀ , ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉପସ୍ଥିତ ଥିଲେ। ଶେଷରେ ଏସିଏଫ୍ ଅରୁଣ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.