ପୁଣି ଜଣେ ବାଇକ ଚୋର ଗିରଫ: ୨ ଚୋରି ବାଇକ ଜବତ 

0

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ପୋଲିସ ବାଇକ ଚୋରି ଅଭିଯୋଗରେ ଜଣକୁ ଗିରଫ କରି ଦୁଇଟି  ବାଇକ ଜବତ କରିବାରେ ସଫଳ ହୋଇଛି। ଗିରଫ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମଝିଗାଓଁ ଅଞ୍ଚଳର ଜୁରିଆ ଗୋପ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଜୁରିଆ ବଡ଼ବିଲ ଅଞ୍ଚଳରୁ ବାଇକ ଚୋରି କରି ନକଲି ନମ୍ବର ପ୍ଲେଟ ଲଗାଇ ଝାଡ଼ଖଣ୍ଡରେ ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଦୁଇ ଚୋରା ବାଇକ ସହ ଜୁରିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୋଲିସ କେଶ ନଂ ୫୩/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟକୁ ଫରୱାର୍ଡ଼ କରିଥିବା ବଡ଼ବିଲ ଥାନାଧିକାରୀ ଶ୍ରୀକାନ୍ତ କୁମାର ସାହୁ ଜଣାଇଛନ୍ତି।

Leave A Reply

Your email address will not be published.