ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଅଦ୍ୟ ଦିବସ ରେ ସାରା ଭାରତବର୍ଷରେ ତଥା ରାଷ୍ଟରେ ପାଳିତ ହୋଇଛି, ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ। କାଳଗଣନା ଆଧାରିତ ଚୈତ୍ର ଶୁକ୍ଳ ପ୍ରତିପଦା ହେଉଛି ସୃଷ୍ଟିର ସର୍ଜନା ଦିବସ ଓ କାଳ ଗଣନା ର ପ୍ରାରମ୍ଭ ଦିବସ ହୋଇଥାଏ। ତେଣୁ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା,ବିକ୍ରମ ସମ୍ବତ – ୨୦୮୩, ଗୁରୁବାର ଅର୍ଥାତ୍ ଅଦ୍ୟ ଇଂରାଜୀ ମାର୍ଚ୍ଚ ମାସ ୧୯ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେଉଛି ହିନ୍ଦୁ ନବବର୍ଷ। ଆଜିର ଏହି ମହାନ୍ ପୂର୍ଣ୍ୟ ଦିବସ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ୱୟଂମସେବକ ସଂଘ ଭଞ୍ଜନଗର ଖଣ୍ଡ ର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ପ୍ରଭାତ ଶାଖା ଓ କେଶବ ପ୍ରଭାତ ଶାଖା ର ମିଳିତ ସହଯୋଗରେ ଭଞ୍ଜନଗର ପୁରୁଣା ଜେଲ ପଡିଆ ଠାରେ ହିନ୍ଦୁ ନବବର୍ଷ ମହାନ୍ ଓ ଭବ୍ୟ ରୁପେ ପାଳନ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଘୁମୁସର ଜିଲ୍ଲା ମାନନୀୟ ସଂଘ ଚାଳକ ଶ୍ରୀଯୁକ୍ତ ବନମାଳୀ ଗୌଡ଼ ଓ ମୁଖ୍ୟ ବକ୍ତାଭାବେ ଗଞ୍ଜାମ ବିଭାଗ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ସୁନୀଲ କୁମାର ଗୌଡ଼ ମହୋଦୟ ଉପସ୍ଥିତ ରହି ଆଜିର ଉତ୍ସବ ର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ, ପରିଚୟ ପ୍ରଦାନ କରିଥିଲେ ଘୁମୁସର ଜିଲ୍ଲା ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ କବିରାଜ ପ୍ରଧାନ, ଧ୍ବଜା ରୋପଣ କରିଥିଲେ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା, ବ୍ୟକ୍ତିଗତ ଗୀତ ଗାଇଥିଲେ ଭଞ୍ଜନଗର ଖଣ୍ଡର ଖଣ୍ଡ କାର୍ଯ୍ୟବାହ ଶ୍ରୀଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ, ଅମୃତ ବଚନ ପଢିଥିଲେ ଭଞ୍ଜନଗର ଖଣ୍ଡର ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ପ୍ରଧାନ ଉପସ୍ଥିତ ଥିଲେ। ଏହି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ରେ ସହରର ପ୍ରତ୍ୟେକ ଜନସାଧାରଣ ଙ୍କୁ ଏହି ବିଷୟରେ ଅବଗତ କରାଇବା ଓ ସମସ୍ତ ଙ୍କୁ ଶୁଭେଚ୍ଛା, ଶୁଭକାମନା ଜଣାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବହିନ୍ଦୁ ପରିଷଦ ପୁର୍ବପ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା, ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲା ସମ୍ପାଦକ ବଟକୃଷ୍ଣ ପଣ୍ଡା,ବି.ଜେ.ପି ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର, ମାନସ ଜେନା,କୁବେର ପ୍ରଧାନ,ଶିବ ପ୍ରସାଦ ମହାପାତ୍ର, ପ୍ରାକ୍ତନ ବନବିଭାଗ କର୍ମଚାରୀ ଶୁଳପାଣି ସତପଥି ଙ୍କ ସହିତ ସହରର ଶହ ଶହ ଜନସାଧାରଣ ଏହି ବାଇକ୍ ଶୋଭାଯାତ୍ରାରେ ସାମିଲ୍ ଥିଲେ। ତତ୍ ସହିତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଭଞ୍ଜନଗର ବିଭାଗିୟ କ୍ଷେତ୍ରର ପ୍ରଚାର ପ୍ରସାର ବିଭାଗ ଦାୟିତ୍ୱରେ ଥିବା ଗଣମାଧ୍ୟମ ଶାସକ ପ୍ରଶାସକ ଖବରକାଗଜ ପ୍ରତିନିଧି ଉଦୟନାଥ ପଣ୍ଡା ଉପସ୍ଥିତ ଥିଲେ। ସ୍ଥାନୀୟ ସ୍ଵୟଂସେବକ ଓ ଜନସାଧାରଣ ଶହ ଶହ ବାଇକ ଶୋଭାଯାତ୍ରା ସ୍ଥାନୀୟ ପୁରୁଣା ଜେଲ୍ ମହାଵିର ହନୁମାନ ମନ୍ଦିର ଛକଠାରୁ ବାହାରି ଷ୍ଟେଟ୍ ବ୍ୟାଙ୍କ,ଭେଜିପୁଟ, ବାଇପାସ୍ ହୋଇ ଲଣ୍ଡେଇସାହି ଛକ ଠାରୁ ପୁଣି ଖାଲାସିସାହି ରଘୁନାଥ ମନ୍ଦିର ହୋଇ ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରେ ପରେ ଭଞ୍ଜନଗର ମୂଖ୍ୟ ରାସ୍ତା ହୋଇ ବ୍ଳକ୍ ଛକ ଅତିକ୍ରମ କରି ଜାମପଲି ଗ୍ରାମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହୋଇ ପୁଣି ମହାବିର ଛକ ଠାରେ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସେବକ ଏବଂ ବିବିଧ କ୍ଷେତ୍ର ର କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଠିକ୍ ଅନୁରୂପ ଭାବରେ ଭଞ୍ଜନଗର ବ୍ଳକ୍ କୁଲାଡ ଓ ଜଗନ୍ନାଥ ପ୍ରସାଦ ବ୍ଳକ୍ ରେ ମଧ୍ୟ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଭବ୍ୟ, ଆନନ୍ଦ ଉଲ୍ଲାସ ଓ ଆଡମ୍ବର ସହକାରେ ପାଳନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post