ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କ ବାଇକ ଧକ୍କାରେ ମୃତ୍ୟୁ

0

ବଡ଼ବିଲ(ଚିତ୍ତରଞ୍ଜନ କର): ଆଜି ଦିନ ଗୋଟାଏ ବେଳେ ଏକ ରାସ୍ତା ଦୁର୍ଘଟଣାରେ ଗୀତା ହେମ୍ବ୍ରମ(୧୪ବର୍ଷ)ଙ୍କର ମୃତ୍ୟୁ ଘଟିଛି। 

ଘଟଣାରୁ ପ୍ରକାଶ ଯେ  କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗୀତା ମାଟ୍ରିକ ପରିକ୍ଷା ଦେଉଥିଲେ। ସ୍ଥାନୀୟ କଳିଙ୍ଗ ନଗର ଉଚ୍ଚ ବିଦ୍ୟାଳୟରେ ତାଙ୍କର  ସେଣ୍ଟର ପଡିଥିଲା। ପରୀକ୍ଷା ଦେଇସାରି ସେ ଅନ୍ୟ ଛାତ୍ରୀଙ୍କ ସହ ମିଶି ଚଟେଇ ହଟିଂ ସ୍ଥିତ ନିଜ ଘରକୁ ଯାଉଥିଲେ।  ଚମ୍ପକେଶ୍ୱର ମନ୍ଦିର ନିକଟରେ କିଛି ଗୋରୁ ଦୌଡା ଦୌଡ଼ି କରିବାରୁ ଛାତ୍ରୀମାନେ ଏଣେତେଣେ ଦୌଡିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଗୀତା ବାଡେଇ ହୋଇଯାଇଥିଲେ। ଫଳରେ ଗୀତା ରାସ୍ତାରେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ସାଙ୍ଗେ  ସାଙ୍ଗେ ବଡ଼ବିଲ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲେ ହେଁ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.