ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୨/୦୩/୨୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ଇନ୍ଦ୍ରାବତୀ ଅଞ୍ଚଳ ର ଏକ ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କଳିଙ୍ଗ ବୈଶ୍ୟ ସମାଜ (ଇନ୍ଦ୍ରାବତୀ ଅଞ୍ଚଳ) ସଭାପତି ଟି ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି କଳିଙ୍ଗ ବୈଷ୍ୟ ସମାଜ ରେ ରହିଥିବା ଭାଇଚାରା ଓ ସଦ ଭାବନା ବିଷୟରେ କହିଥିଲେ । ସମାଜ ରେ ଆର୍ଥିକ ଦୃଷ୍ଟି କୋଣ ରୁ ଛୋଟ ବଡ ସମସ୍ତ ପରିବାର ମଧ୍ୟରେ ରହିଥିବା ସମାନତା ଦେଖିବାକୁ ମିଳୁଛି ବୋଲି କହିଥିଲେ। ଏହି ଅବସରରେ ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ର ନୂତନ ଗୃହ ଉଦଘାଟିତ ହୋଇଥିଲା। ନୂଆ କୋଟ ମହିଳା ସଂଘ ଓ ଯୁବକ ସଂଘ ର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆକୋଟ ସଂଘ ସଭାପତି କେ ବୁଲୁ ପାତ୍ର,ଉପ ସଭାପତି ଏମ ସୋମ ନାଥ ପାତ୍ର, ସମ୍ପାଦକ ଏସ ଜଗନ୍ନାଥ ପାତ୍ର,କୋଷାଧ୍ୟକ୍ଷ ଟି ସୋମେଶ୍ୱର ସୁବୁଦ୍ଧି ,ଉପଦେଷ୍ଟା ଟି ରାମେଶ୍ବର ସୁବୁଦ୍ଧି, ଟି ଶଙ୍କର ସୁବୁଦ୍ଧି,ବିମଳା ପାତ୍ର, ଜେ ମନୋଜ ପାତ୍ର,ଏମ ବିଶ୍ଵନାଥ ପାତ୍ର,କେ ସାଗରିକା ପାତ୍ର ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଳିଙ୍ଗ ବୈଶ୍ୟ ସମାଜ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post