ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ବାଳକୃଷ୍ଣ ପୁର ଗ୍ରାମ ମୁଖ୍ୟ ରାସ୍ତାରେ ଦିଗପହଣ୍ଡି ବାଙ୍କେଶ୍ଵରୀ ମନ୍ଦିର ରୁ ପ୍ରସାଦ ସେବନ କରି ଫେରୁଥିବା ଦୁଇ ଜଣ ମୋଟରସାଇକେଲ ଆରୋହୀ ଙ୍କୁ ଗୋଟିଏ ବୋଲେରୋ ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଦୃତ ଗତିରେ ପଳାଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଚାଳକ ବୋରିଗାଁର କୁନା ସାହୁର ମୃତ୍ୟୁ ଘଟିଛି ଓ ସଞ୍ଜୟ ସାହୁ ନାମକ ଜଣେ ଯୁବକ କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିବା ସହ ମୃତ କୁନା ର ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଉଦ୍ଧାର କରି ଦୁର୍ଘଟଣା ଘଟାଇଥିବା ଗାଡି ର ଅନୁସନ୍ଧାନ ଚଳାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.