ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ମହାଆଡମ୍ବରରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି । ଓଡିଶା ସଂଗୀତ ନାଟକ ଏକାଡେମୀ , ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ (ବାର୍ଡ଼), ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର, କଲିକତା, ସଂସ୍କାର ଭାରତୀ, ଓଡିଶା ପୂର୍ବପ୍ରାନ୍ତ ଙ୍କ ମିଳିତ ସହଯୋଗ ରେ ଏହା ପାଳିତ ହୋଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ,ସଭାପତି ଶ୍ରୀମତୀ ଉଷା ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଫୁଲ କୁମାର ମାଝୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ,ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଵ୍ୟକ୍ତି, ସାହିତ୍ୟ ପ୍ରେମୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଉମାଶଙ୍କର ବେହେରା ମୁଖ୍ୟ ଅତିଥି, ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କାରିଥିଲେ ଓ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ବିଭିନ୍ନ ସାହିତ୍ୟିକ, କବି ଓ ବିଶିଷ୍ଟ କ୍ଷେତ୍ରରେ ଯୋଗ୍ୟ ବିବେଜିତ ପ୍ରତିଭା ଙ୍କୁ ମାନପତ୍ର ଓ ଉପଢୌକନ, ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥିରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏତତ୍ ବ୍ୟତୀତ ସଭାରେ ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଡଃ ନଳିନୀ ପ୍ରଭା ଦାସ ଘୁମୁସର ଲେଖିକା ସଂସଦ ଭଞ୍ଜନଗର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ଏଥିରେ ଲେଖିକା ସଂସଦ ସଭ୍ୟା ଗଣ ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ଭଞ୍ଜ ସଂଗିତ ପରିବେଷଣ କରିଥିଲେ। ଏସବୁ ସହିତ ଆଜିର ଏହି ପ୍ରଥମ ଦିବସ ଭଞ୍ଜ ଜୟନ୍ତୀ କାର୍ଯ୍ୟକ୍ରମ କୁଲାଡ ଭଞ୍ଜ ମଣ୍ଡପ ଠାରେ ଉକ୍ତ ଅଞ୍ଚଳର ଘୁମୁସରୀ ଦେଶି ଗୋବଂସ କୁ ଲାଳନପାଳନ କରୁଥିବା ୫ ଜଣ ମହିଳା ଙ୍କୁ, ସମସ୍ତ ଙ୍କ ଜୀବନ ର ଶେଷ ଯାତ୍ରା ଶ୍ମଶାନ ଯାତ୍ରାରେ ସାଂଗରେ ଯାଉଥିବା ନଦିଆ କୀର୍ତ୍ତନ ର ୫ ଗୋଟି ଦଳର ମୁଖିଆ ଙ୍କୁ ଓ ସ୍ଥାନୀୟ ଅଞ୍ଚଳରେ ଲୁଗା ବୁଣା ଯନ୍ତ୍ର ସ୍ଥାପନ କରି ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସାଜିଥିବା ଓ ନିଜେ ସ୍ବାବଲମ୍ବୀ ହୋଇପାରିଥିବା ଜଣେ ଯୁବକ ଙ୍କୁ ଆଜି ଏହି ମଞ୍ଚରେ ସମ୍ମାନିତ କରାଯାଇଥିଲା। ଶେଷରେ ସମ୍ପାଦକ ତଥା ଆୟୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଉପସ୍ଥିତ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କାରିଥିଲେ
Sign in
Sign in
Recover your password.
A password will be e-mailed to you.