(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଶିଶୁ ମାନଙ୍କ ପ୍ରତିଭା ଓ ସେମାନଙ୍କ ମାନସିକ ବୌଦ୍ଧିକ ବିକାଶ ନିମନ୍ତେ ଗୁଣପୁର ରେ ଶିଶୁ ଉତ୍ସବ କରିବା ସକାଶେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟ ବିଦ୍ୟାନିକେତନ ଆମ୍ଭ ତୋଟା ଠାରେ ଗୁଣୁପୁର ସହରର ବହୁ ବୁଦ୍ଧିଜୀବୀ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟତ୍ରୀ/ ୱାର୍ଡ ର କାଉନ୍ସିଲର୍/ ସମସ୍ତ କମିଟି ର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରତିଯୋଗିତା ଉତ୍ସବ ଏବଂ କାର୍ଯ୍ୟକ୍ରମ ରେ ସାମୁହିକ ବିକାଶ ଓ ସାମୁହିକ ପ୍ରତିଭା ଲୋକଲୋଚନକୁ ଆଣିବାର ଗୁଣପୁର ରେ ସର୍ବଦା ପ୍ରୟାସ କରାଯାଇଛି। କେବଳ ଶିଶୁ ମାନଙ୍କ ନିମନ୍ତେ ଯୋଜନା କରିପାରିଲେ ଗୁଣପୁର ର ଶିଶୁ ମାନେ ମଧ୍ଯ ରାଷ୍ଟ୍ରୀୟ ଓ ପ୍ରଦେଶ ସ୍ତରରେ ଉଚିତ୍ ସ୍ଥାନ ପାଇ ପାରିବେ ବୋଲି ସମସ୍ତ ଅତିଥି ମତ ପୋଷଣ କରିଥିଲେ । ଗୁଣପୁର ର ଶିଶୁ ଯାହାଙ୍କ ବୟସ – ୧ ରୁ ୧୫ ବର୍ଷ ଙ୍କ ନିମନ୍ତେ ଏକ ଉଚିତ୍ ଭିତି ଭୂମି ନେଇ ସେମାନଙ୍କ ସ୍ଵତନ୍ତ୍ର ବିକାଶ ସକାଶେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ଶିଶୁ ଉତ୍ସବ କୁ ଶିଶୁ ପ୍ରତିଭା ବିକାଶ ମଞ୍ଚ, ଗୁଣପୁର ପରିକଳ୍ପନା ରେ ଚିନ୍ତନ କରାଯାଇଥିବାରୁ ସମସ୍ତ ବୁଦ୍ଧିଜିବୀ ଓ ଗ୍ରାମବାସୀ ସାଧୁବାଦ ଦେଇଥିଲେ। ଏହି ବୈଠକରେ ଶିଶୁ ଉତ୍ସବ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ଜଗନ୍ନାଥ ପଟ୍ଟନାୟକ, ଉପ ସଭାପତି ଶିକ୍ଷାବିତ୍ ତଥା ସମାଜସେବୀ ରାଜେଶ କୁମାର ପଣ୍ଡା, ସମ୍ପାଦକ ସମାଜସେବୀ ଲକ୍ଷ୍ମୀ ମହାଙ୍କୁଡ, ସହ ସମ୍ପାଦକ ସମାଜସେବୀ ଚାରୁବାଳା ଶତପଥୀ ଓ କୋଷାଧକ୍ଷ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଙ୍କ ସମେତ କମିଟି ଉପଦେଷ୍ଟା ଡଃ. ପ୍ରଶାନ୍ତ କୁମାର ହୋତା, ବାବା ପ୍ରସାଦ, ବରିଷ୍ଠ ଓକିଲ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ପ୍ରାରମ୍ଭ ରେ ମଞ୍ଚ ର ଆବାହକ ଶକ୍ତି ଦାଶ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କ ରେ ଉପସ୍ଥାପନା କରିଥିବା ବେଳେ, ଅତିଥି ଙ୍କୁ ସ୍ୱାଗତ୍ ଓ ପରିଚୟ ପ୍ରଦାନ ଅନନ୍ତ କୁମାର ପାତ୍ର ପ୍ରଦାନ କରିଥିଲେ। ବୈଠକ ଶେଷରେ ଆଇନଜିବୀ ତଥା ସାମାଜସେବୀ ଦିଲ୍ଲୀପ କୁମାର ରାଜଗୁରୁ ମହାପାତ୍ର ଧନ୍ଯବାଦ୍ ଅର୍ପଣ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ମଞ୍ଚ ର ସମସ୍ତ ସଦସ୍ୟ ସୂଚାରୁରୂପେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.