ଓଡ଼ଗାଁରେ ଜିଲ୍ଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ–୨୦୨୬’ ଅନୁଷ୍ଠିତ

0 2

ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପରେ ଭବିଷ୍ୟତ ଭାରତ ଉପରେ ଚର୍ଚ୍ଚା

ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ–୨୦୨୬’ ଅବସରରେ “ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପରେ ଆମ ପାଇଁ ଶିକ୍ଷା ଏକ ଅନୁଶୀଳନ” ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଡିଗ୍ରୀ କଲେଜ ଓ ଅଣକଲେଜ ମିଶାଇ ପ୍ରାୟ ୧୫୦ରୁ ଅଧିକ ଯୁବ ସାଂସଦ ଏହି ସଂସଦୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ସୋହମ ପଣ୍ଡା ବାଚସ୍ପତି ଭାବେ ସଂସଦୀୟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଯୁବ ସାଂସଦମାନେ ବିଷୟ ଉପରେ ତର୍କବିତର୍କ ଓ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜ ମତ ପ୍ରକାଶ କରିଥିଲେ। ବିଚାରକ ଭାବେ ସରକାରୀ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର, ଡ. ଆଶୁତୋଷ ମିଶ୍ର, ଡ. ନିରୂପମା ଦଳବେହେରା ଓ ଅନ୍ତର୍ଯ୍ୟାମୀ ପରିଡ଼ା ଯୋଗଦେଇଥିଲେ। ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଓ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଡ. କୃଷ୍ଣଚନ୍ଦ୍ର ଦାଶ ଏବଂ ମୁଖ୍ୟ ବକ୍ତା ଭାବେ ଡ. ନିରଦାବର୍ଣ୍ଣ ଖୁଣ୍ଟିଆ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଭବିଷ୍ୟତର ବିକଶିତ ଭାରତ ଗଢ଼ିବାରେ ଯୁବଶକ୍ତିର ଭୂମିକା ଉପରେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଚିତ୍ତରଞ୍ଜନ ଦାଶ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ନିରୋଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଅଧ୍ୟାପିକା ବିଜୟାଲକ୍ଷ୍ମୀ କଅଁର ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ଜିଲ୍ଲାରୁ ଲିପ୍ସା ତ୍ରିପାଠୀ, କଳିଙ୍ଗ ଜଗନ୍ନାଥ, ଗାୟତ୍ରୀ ବେହେରା, ସ୍ବର୍ଣ୍ଣପ୍ରଭା ଗୌଡ଼ ଓ ଦୀପକ ଯେନାଙ୍କୁ ବିଚାରକମାନେ ରାଜ୍ୟ ସ୍ତରୀୟ ଯୁବ ସାଂସଦ ଆଲୋଚନା ପାଇଁ ମନୋନୀତ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.