ସରମରେଇ ସାହିରେ ନିଆଁ ଲାଗି ଗୋଟିଏ ବଖରା ପୋଡି ପାଉଁଶ

0 2

ପଡ଼ୋଶୀ ନିଆଁ ଲଗେଇଥିବା ନେଇ ଥାନାରେ ଅଭିଯୋଗ

ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ପଞ୍ଚାୟତ ସରମରେଇ ସାହିରେ ଗତ ୨୭ ତାରିଖ ରାତି ୧୦ ବେଳେ ଶୋଇଥିବା ଅବସ୍ଥାରେ ପଛପାଖ ଘରେ ନିଆଁ ଲାଗିଥିବା ନେଇ ଗାଁ ଲୋକେ ପାଟିତୁଣ୍ଡ କରିବାରୁ ଘରଲୋକେ ଉଠି ନିଆଁ ଲାଗିଥିବା ଘରୁ ଗ୍ୟାସ ସିଲିଣ୍ଡର ସହିତ ଅନ୍ୟାନ୍ୟ ଆସବାବପତ୍ର ଉଦ୍ଧାର କରିଥିଲେ । ଘରପୋଡି ଯାଇଥିବା ପିଡ଼ିତ ପରିବାର ଜଣକ ହେଲେ ସୀତାରାମ ସେଠୀ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ପଡ଼ୋଶୀ ତ୍ରିଲୋଚନ ଦାସ ଘରେ ନିଆଁ ଲଗାଇଥିବା ନେଇ ସୀତାରାମଙ୍କ ସ୍ତ୍ରୀ ସବିତା ସେଠୀ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଅଭିଯୋଗ ଅନୁସାରେ ସାହିର କିଛି ମହିଳା ମାନେ ଏକାଠି ମିଶି ପଇସା ଜମା କରନ୍ତି । ସେମାନଙ୍କ ମଧ୍ୟରୁ ଯାଆର ଆବଶ୍ୟକ ପଡ଼େ ସେମାନେ ସେଥିରୁ ଧାର ସୁତ୍ରରେ ଟଙ୍କା ନେଇଥାନ୍ତି । ସବିତା ସେଠୀଙ୍କ ଶରୀର ଅସୁସ୍ଥ ହେବାରୁ କିଛିଦିନ ଧରି ଟଙ୍କା ଦେଣନେଣ ବନ୍ଦ ରହିଥିଲା । ତେବେ ପଡ଼ୋଶୀ ମହିଳା ସଭ୍ୟଙ୍କ ସ୍ବାମୀ ତ୍ରିଲୋଚନ ଦାସ ଟଙ୍କା ନେବାପାଇଁ ସବିତା ସେଠୀଙ୍କୁ କହିଥିଲେ । ଉକ୍ତ ଘଟଣାକୁ ନେଇ ଉଭୟଙ୍କ ଭିତରେ ୨୭ ତାରିଖ ସକାଳ ୧୦ ବେଳେ ପାଟିତୁଣ୍ଡ ହୋଇଥିଲା । ସେତେବେଳେ ତ୍ରିଲୋଚନ ଦାସ ସବିତାଙ୍କୁ ଗାଁରେ ରଖେଇଦେବିନି ବୋଲି ଧମକ ଦେଇଥିଲେ । ଅନ୍ୟ କୌଣସି କାରଣ ନଥାଇ ହଠାତ୍ ରାତିରେ ସବିତା ସେଠୀଙ୍କ ଘରେ ନିଆଁ ଲାଗିଥିବାରୁ ତ୍ରିଲୋଚନ ଦାସଙ୍କ ନିଆଁ ଲଗାଇଥିବା ନେଇ ସବିତା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.