ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ନିଖୋଜ ଦେବରାଜ ଠାବ, ବୃଦ୍ଧାଶ୍ରମରୁ ଆଣିଲେ ଝିଅ

0 2

ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ରଘୁନାଥ ମନ୍ଦିର ପାଖ ଅଧିକାରୀ ସାହିର ନିଖୋଜ ଦେବରାଜ ଡାକୁଆଙ୍କୁ ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ଠାବ କରି ସେଠାରେ ଥିବା ଗୋଟିଏ ବୃଦ୍ଧାଶ୍ରମରେ ରଖାଯାଇଥିବା ବେଳେ ଖବର ପାଇ ଦେବରାଜଙ୍କ ଝିଅ ବାପାଙ୍କୁ ଆଣିଥିବା ଜଣାଯାଇଛି।କଟକ ବଡ଼ ଡ଼ାକ୍ତରଖାନାରେ ଦେବରାଜଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଚଳିତ ମାସ ଫେବୃୟାରୀ ୧୩ ତାରିଖରୁ ନିଖୋଜ ଥିଲେ। ସବୁବେଳେ ନିରବ ରହୁଥିବା ଦେବରାଜଙ୍କୁ ଯୋରନ୍ଦା ଠାରେ ଠାବ କରାଯାଇ ଏକ ବୃଦ୍ଧାଶ୍ରମରେ ରଖାଯାଇଥିଲା। ଯୋରନ୍ଦା ଫାଣ୍ଡି ଅଧିକାରୀ ଓଡ଼ଗାଁ ପୋଲିସ ମାଧ୍ୟମରେ ପରିବାର ସହିତ ଯୋଗାଯୋଗ ପରେ ଦେବରାଜଙ୍କ ଝିଅ ଯାଇ ଦେବରାଜ ଡାକୁଆଙ୍କୁ ସେଥିରୁ ଆଣିଛନ୍ତି।

Leave A Reply

Your email address will not be published.