ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବୈଦେହୀଶ ପାଠାଗାର ଦ୍ବାରା ବୁଧବାର ଅନୁଷ୍ଠିତ ୨ୟ ଦିବାରାତ୍ରି ଭଲିବଲ ସ୍ମାସ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବିଜୟ ହାସଲ କରି ଇଟାମାଟି ଭଲିବଲ ଖେଳାଳୀ ମାନେ ମୁଖ୍ୟ ଅତିଥିଙ୍କ ଠାରୁ ଚମ୍ପିୟାନ ଟ୍ରଫି ଏବଂ ଜେନାପଦା ଖେଳାଳି ମାନେ ଉପବିଜତା ଟ୍ରଫି ଗ୍ରହଣ କରିଥିଲେ। ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଇଟାମାଟି (ସିଡିଏ), ରଙ୍ଗଣୀପାଟଣା, ଜେନାପଦl, କୋସ୍କା, ନlଟୁଗାଁ, ନନ୍ଦିଘୋର ଏଵଂ ଗୋଡ଼ିପଡା ୮ ଦଳ ଅଂଶ ଗ୍ରହଣ କରିଥିଲେ। ୪ଲିଗ୍ ମ୍ୟାଚ ପରେ ୨ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ଇଟାମାଟି ଦଳ ୨/୧ସେଟରେ ଜେନାପଦାକୁ ହରାଇ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଟ୍ରଫି ହାସଲ କରିଥିଲେ। ବିଳମ୍ବିତ ରାତିରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ବୈଦେହୀଶ ପାଠାଗାର ତରଫରୁ ମାନସ ରଞ୍ଜନ ସାହୁ, କାହ୍ନୁ ପରିଡ଼ା, ସନ୍ତୋଷ କୁମାର ପ୍ରଧାନ ଏବଂ ଅନ୍ୟମାନେ ସହଯୋଗ କରିଥିବା ବେଳେ ଏହି ପ୍ରତିଯୋଗୀତା ଗୁଡ଼ିକୁ ମାନ୍ୟତା ପ୍ରାପ୍ତ ଭଳିବଲ ରେଫରୀ ଇଂ ଜନ୍ମେଜୟ ଦାଶ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.