ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ସମ୍ପନ୍ନ : ଆଧ୍ୟାତ୍ମିକ ଶିକ୍ଷାରେ ଅନୁପ୍ରାଣିତ ଶ୍ରଦ୍ଧାଳୁ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଆର୍ବନ ବ୍ୟାଙ୍କ ପଡିଆରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଦ୍ୱାରା ଆୟୋଜିତ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ଅମୃତ ବଚନ ଶ୍ରବଣ କରିଥିଲେ।
‎​ସ୍ୱାମୀଜୀ ନିଜ ପ୍ରବଚନ ମାଧ୍ୟମରେ ମନୁଷ୍ୟ ଜୀବନର ଲକ୍ଷ୍ୟ , ମନର ନିୟନ୍ତ୍ରଣ ଏବଂ ସକାରାତ୍ମକ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଧ୍ୟାତ୍ମିକତା କେବଳ ପୂଜାପାଠରେ ସୀମିତ ନୁହେଁ , ବରଂ ଏହା ନିଜର ଚିନ୍ତାଧାରାକୁ ଶୁଦ୍ଧ କରିବା ଏବଂ ସେବା ମନୋଭାବ ରଖିବାର ଏକ ମାର୍ଗ। କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତମାନେ ଯୋଗ ଏବଂ ଧ୍ୟାନର କଳା ଶିଖିବା ସହ ଶାନ୍ତି ଓ ଆନନ୍ଦର ଅନୁଭୂତି ପାଇଥିଲେ।
‎​ଏହି ଆଧ୍ୟାତ୍ମିକ ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱାମୀଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜକ ରାଧା ଗୋବିନ୍ଦ ଧାମ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave A Reply

Your email address will not be published.