ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୨/୨୬ ଡାବୁଗାଁ ଜୟନ୍ତିନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବିଭିନ୍ନ ଜାତିର ମୁଖିଆ ମାନଙ୍କୁ ନେଇ ଏକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି ଯୋଗ ଦେଇଥିଲେ। ସମାଜ ରେ ଏକତା , ଶାନ୍ତି, ଭାତୃଭାବ ବୃଦ୍ଧି ସହ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଏହି ସଦଭାବନା ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ମୁଖ୍ୟ ଅତିଥି ଶଙ୍କର ପଣ୍ଡା ଆମେ ସମସ୍ତେ ଭାରତମାତାର ସନ୍ତାନ। ଯେ କୌଣସି ଜାତି କିମ୍ବା ଧର୍ମ ର ଲୋକଙ୍କୁ ଉତ୍ତମ ସମାଜ ଗଠନ ରେ ସହଭାଗିତା ହେବା ପାଇଁ କହିଥିଲେ। ବିଭିନ୍ନ ସମାଜ ର ମୁଖିଆ ମାନେ ଜାତି ଓ ଧର୍ମ କୁ ରାଜନୀତି କରଣ କରୁଥିବା କହିଥିଲେ।ସମାଜ ରେ କେବଳ ଗୋଟିଏ ଜାତି ତାହା ମାନବ ଜାତି ବୋଲି କହିଥିଲେ। ଇଂରେଜ ଶାସନ ସମୟରେ ଜାତିପ୍ରଥା,କୁସଂସ୍କାର ଓ ଭେଦଭାବ ରହିଥିବା ବେଳେ ତାହା ବର୍ତ୍ତମାନ ବହୁ ମାତ୍ରାରେ କମିଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ ରୁ ଲକ୍ଷ୍ମୀକାନ୍ତ ରଥ, ଗଦାଧର ରଥ,ଗୋବିନ୍ଦ ପଣ୍ଡା, ସଞ୍ଜୟ ପାଢି, ରାଜେନ୍ଦ୍ର ମିଶ୍ର,ସତ୍ୟ ଚୌଧୁରୀ, ଶୁଭଜିତ ପାଣିଗ୍ରାହୀ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ,ସୁରେଶ ସାମଲ, ଚନ୍ଦ୍ର ଶେଖର ନିହାଲ, ଘାସିରାମ ସିଂ, ପିତମ୍ ଭତରା, ମଦନ ଜାନି, ବିଚିତ୍ର ହରିଜନ, ରାଧନ ଶାନ୍ତା, ଥବିର କଲାର ସହ ଭତରା, ଜାନି, କଲାର, ବ୍ରାହ୍ମଣ, କ୍ଷେତ୍ରୀୟ, ଗଣ୍ଡ, ପରଜା, ଅନୁସୂଚିତ ଜାତି ଓ ବିଭିନ୍ନ ସମ୍ପ୍ରଦାୟ ର ମୁଖିଆ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.