ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଆନ୍ ୟୁନିଭରସିଟିର ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଷାଣୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଜିଏମଡିଆଇସି ଶ୍ରୀ ସୁନାରାମ ସିଂ, ଡିପିଏମ, ଓଏଲଏମ ଶ୍ରୀ ଟିମନ୍ ବାରା ପ୍ରମୁଖ ମଞ୍ଚାସୀନ ରହି ମେଳାର ଉଦ୍ଦେଶ୍ୟ ଓ ମହିଳା ସଶକ୍ତିକରଣ ବିଷୟରେ ମତ ପ୍ରକାଶ କରିଥିଲେ।
ପରେ ଭୁବନେଶ୍ବର ର ଏ.ଆର୍. ଆରଧନଙ୍କ ସଂଯୋଜନାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ର ପଦାମୃତ ନୃତ୍ୟାୟନ , ଗଜପତି ଡେନ୍ସ ଟାଲେଣ୍ଟ , ସମଲେଇ ନୃତ୍ୟକଳା ପରିଷଦ , ବନ୍ଦେ ମାତରମ , ଉତ୍କଳ ବାଳାଶ୍ରମ ସମେତ ଗଞ୍ଜାମର ମାଁ ତାରାତାରିଣୀ କଳା ବିକାଶ କେନ୍ଦ୍ର ର ରଣପା , ବଲାଙ୍ଗୀର ର ଏକତା ଡାନ୍ସ ଗ୍ରୁପ୍ ର ଦୁଲ୍ ଦୁଲି ର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରିଥିବା ବେଳେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଓ ଗୃପ ସଙ୍ଗୀତ ପରିବେଷଣ କରିଥିଲେ।
ସେହିପରି ମହିଳା ଶକ୍ତିକୁ ମଜବୁତ କରୁଛି ମେଳା , ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜେ ଉତ୍ପାଦିତ ହସ୍ତତନ୍ତ୍ର , ହସ୍ତଶିଳ୍ପ , ଖାଦ୍ୟ ପଦାର୍ଥ ଓ ଗୃହସଜ୍ଜା ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କିପରି କରିପାରିବେ ସେଥି ସକାଶେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଶକ୍ତି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉତ୍ପାଦିତ ଜିନିଷକୁ ବ୍ରାଣ୍ଡିଂ ଓ ପ୍ୟାକେଜିଂ ବିଷୟରେ ପ୍ରଶିକ୍ଷଣ ଦିଆଯାଅଛି । ସେହିପରି ପ୍ରତିଦିନ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହେଉଛି। ମିଶନ ଶକ୍ତିର ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନେ ଆଗକୁ ବଢିବା ସଙ୍ଗେ ସଙ୍ଗେ “ଲକ୍ଷପତି ଦିଦି” ହେବାର ସ୍ଵପ୍ନ ସାକାର କରିବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
Sign in
Sign in
Recover your password.
A password will be e-mailed to you.