ନବରଙ୍ଗପୁର ତା ୨୪.୨.୨୦୨୬:ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ସୁଭଦ୍ରା ଶକ୍ତି ମେଳା ଆସନ୍ତା ୨୫ ୨.୨୦୨୬ ଠାରୁ ଶୁଭାରମ୍ଭ ହୋଇ ୩.୩.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୁଭଦ୍ରା ଶକ୍ତି ମେଳା ର ଆୟୋଜନ, ବିଭିନ୍ନ କାର୍ଯ୍ୟକ୍ରମ ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ସୁଚନା ଦେଇଛନ୍ତି।ସୁଚନା ଅନୁସାରେ ଏହି ମେଳାରେ ୧୨୦ ଟି ଷ୍ଟଲ ରହିବ ଯେଉଁଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିଜର ଉଦ୍ପାଦିତ ଦ୍ରବ୍ୟ ର ପ୍ରଦର୍ଶନୀ କରିବା ସହ ବିକ୍ରି କରିବେ।ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲ ମଧ୍ୟ ଭାଗ ନେଉଛନ୍ତି।ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟ ଷ୍ଟଲ ଦ୍ଵାରା ପ୍ରାୟ ୫ କୋଟି ଟଙ୍କା ର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି।ଉଦଘାଟନୀ ଉତ୍ସବ ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଙ୍କ ସହ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମାନ୍ୟବର ସାଂସଦ, ବିଧାୟକ ଗଣ ଅତିଥି ଭାବେ ଯୋଗ ଦେବେ।୨୬/୨/୨୦୨୬ ତାରିଖ ରୁ ୩/୩/୨୦୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧.୦୦ ଘ ସମୟରେ ମହିଳା ସଶକ୍ତିକରଣ,ମହିଳା ଉଦ୍ୟୋଗୀ, ଲକ୍ଷପତି ଦିଦି,ସ୍ଵାସ୍ଥ୍ୟ ଓ ପରିଚ୍ଛନ୍ନତା ରେ ମହିଳାଙ୍କ ଭୂମିକା,ଲିଂଗଗତ ସମାନତା ,ମହିଳାଙ୍କ ନ୍ୟାୟିକ ଅଧିକାର ଉପରେ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।ପ୍ରତ୍ୟେକ ସଂଧ୍ୟା ୬.୦୦ ଘ ରୁ ୧୦.୦୦ ଘ ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୨୮ ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ସହ ଜିଲ୍ଲା ବାହାରୁ ସମ୍ବଲପୁର ,ବଲାଙ୍ଗୀର,କଳାହାଣ୍ଡି,ସୋନପୁର ଜିଲ୍ଲାରୁ ବିଭିନ୍ନ ପ୍ରସିଦ୍ଧ କଳାକାର ସାଂସ୍କୃତିକ ଦଳ ସାଂସ୍କୃତିକ ପ୍ରଦର୍ଶନରେ ଭାଗ ନେବେ।ଆସନ୍ତା କାଲି ୨୫ ତାରିଖ ଅପରାହ୍ନ ୩.୦୦ ଘ ସମୟରେ ମା ଭଣ୍ଡାରଘରଣୀ ଙ୍କ ମନ୍ଦିରରୁ ପୋଲିସ ପଡିଆ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଦଳ ସହ କଳସ ଯାତ୍ରା ଅନୁଷ୍ଠିତ ହେବ।ମେଳା କୁ ଶାନ୍ତି ଶୃଙ୍ଖଳା,ଟ୍ରାଫିକ ନିୟନ୍ତ୍ରଣ,ଶୌଚାଳୟ,ପାନୀୟ ଜଳ,ଦମକଳ,ପ୍ରାଥମିକ ଚିକିତ୍ସା,କଳାକାର ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଖାଇବା,ରହିବା ବ୍ୟବସ୍ଥା କରାଯାଇଛି।
Sign in
Sign in
Recover your password.
A password will be e-mailed to you.