କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦୁଇ ମନ୍ତ୍ରୀ ଓ ଜଣେ ସାଂସଦଙ୍କ ନାମରେ ଟାଉନ ଥାନାରେ ଏତଲା।

0 1

 ଏପଷ୍ଟିନ ଫାଇଲ ଲାଗି ବିଜେପି ପ୍ରତିହିଂସାପରାୟଣ ହୋଇଯାଇଥିବା ଅଭିଯୋଗ।

କେନ୍ଦୁଝର,ତା୨୪/୨- କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଟାଉନ ଥାନାରେ ଏକ ଏତଲା ଦାଏର କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବା ବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ଭାରତୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ ସଂସଦୀୟ ବ୍ୟାପର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ପରମ ଦେଶଭକ୍ତ ଶ୍ରୀ ରାହୁଳ ଗାନ୍ଧିକୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଆଖ୍ୟାଦେବା ଅତ୍ୟନ୍ତ ନିନ୍ଦନୀୟ। ବିବାଦୀୟ ଏପଷ୍ଟିନ ଫାଇଲ୍ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ନାମ ଉଲ୍ଲେଖ ହେବା ପ୍ରଘଟ ହେବା ପର ମୁହୁର୍ତ୍ତରେ ହିଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା। ଏପରିକି ସେ ବିବାଦୀୟ ଏପଷ୍ଟିନଙ୍କୁ ଏକାଧିକ ଥର ସାକ୍ଷାତ କରିଥିବା ସ୍ୱୀକାର କରିବା ପରେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପାଇଁ ମଧ୍ୟ କୁହାଯାଇନାହିଁ। ଏପଷ୍ଟିନ ଫାଇଲ ପରି ଅତ୍ୟନ୍ତ ଘୃଣ୍ୟ ପ୍ରକରଣରେ ଶ୍ରୀ ପୁରୀଙ୍କ ସଂପୃକ୍ତି ପାଇଁ ତାଙ୍କୁ ମନ୍ତ୍ରୀପରିଷଦରୁ ତୁରନ୍ତ ବରଖାସ୍ତ କରାଯିବା ସହ ତାଙ୍କୁ ଗିରଫ କରାଯାଉ କଂଗ୍ରେସ ଦାବି କରିଛି । ଏହି ଫାଇଲସରେ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ମଧ୍ୟ ଆସୁଥିବାର ସଂଙ୍କେତ ମିଳୁଥିବାରୁ ତାଙ୍କୁ ‘ସାତ ଖୁଣ ମାଫ’ ନ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଇସ୍ତଫା ଦେଇଦେବା ଉଚିତ, ଏହା ନ କରି ଓଲଟା ଏପଷ୍ଟିନ ଶବ୍ଦ ଉଚ୍ଚାରଣ କରିବାରୁ ଚୋର ମୁହଁ ଟାଣ ନୀତିରେ ଧ୍ୟାନ ହଟାଇବା ପାଇଁ ଓଲଟା ଶ୍ରୀ ଗାନ୍ଧୀଙ୍କ ବିରୋଧରେ ବିଜେପି ମନ୍ତ୍ରୀ ଓ ସାଂସଦ ଲାଗିପଡିଛନ୍ତି। ଅପଶବ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ ରିଜିଜୁ ଓ ସାଂସଦ ଦୁବେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ,ଏ ନେଇ ପିସିସି ସଭାପତି ନିର୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଠାରେ ଏତଲା ଦାଏର କରାଯାଉଛି। ଆଜି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର,ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନୟକ, ମୋହନ ଚରଣ ପରିଡ଼ା,ସଂଗ୍ରାମ ଦାସ,ଲଳିତ ମୋହନ ନାୟକ, ସୁଢଳ କୁମାର ସେଠୀ, ଉତ୍ତମ କୁମାର ସାହୁ, ରତ୍ନାକର ଜେନା, କ୍ଷୀରୋଦ ପାତ୍ର, ଦିନେଶ ରାଉତ, ଲୋକନାଥ ଟୁଡୁ, ରଶ୍ମି ରଞ୍ଜନ ଜେନା,ପୂର୍ଣ୍ଣ ଚନ୍ଦ୍ର ଦାସ,ପ୍ରଦୀପ ଦାସ, ପବିତ୍ର ପାତ୍ର, ହୃଦାନନ୍ଦ ସେଠୀ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.