ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଫାଇଲେରିଆ ବା ଶ୍ଲୀପଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ସନ୍ତସନ୍ତିଆ ଜାଗାରେ ଫାଇଲେରିଆ କୃମି ଯୁକ୍ତ ଆନୋଫିଲିସ ମଶା ବଢ଼ନ୍ତି, ଏମାନେ କାମୁଡ଼ିଲେ କୀଟ ଲସିକା ସଂବହନରେ ଯାଇ ଲସିକାଗ୍ରନ୍ଥି ସବୁକୁ ବଢାଇ କମ୍ପନ ଯୁକ୍ତ ଜ୍ୱର, ମୁଣ୍ଡବ୍ୟଥା,ଗୋଡ,କୋଷ, ହାତ,ନାକ,କାନ ବା ଓଠ ଫୁଲି ଯାଏ।ଲସିକା ଆସୁଥିବାରୁ କ୍ଷୀର ରଙ୍ଗର ପରିସ୍ରା ହୁଏ। ଅର୍ଦ୍ଧ ରାତ୍ରିରେ ରକ୍ତ ପରୀକ୍ଷା କରି ବା ନାଡୀ ଦେଖି ରୋଗ ନିର୍ଣ୍ଣୟ ହୁଏ। ମଶା ବଂଶ ନାଶ କରି,ମଶାରୁ ଦୂରେଇ ରହିଲେ ରୋଗ ହୁଏ ନାହିଁ। ଖଟା, ବାସୀ ଥଣ୍ଡା ଓ କଫ କାରକ ଖାଦ୍ୟ ଛାଡି ହଳଦୀ ଚୂର୍ଣ୍ଣ ଗୁଡ଼ ସହ ବା ଗିଲ ପତ୍ର ବା ଗୁଳୁଚି ପତ୍ର ରସ ସହ ସୋରିଷ ତେଲ ପିଇଲେ ଭଲ ହୋଇଯାଏ। ଫୁଲା ବ୍ୟଥା ସ୍ଥାନରେ ଦୁଦୁରା କିମ୍ବା ବୃଦ୍ଧଦ।ରକପତ୍ର ବାଟି ଗରମ କରି ଲଗାଇଲେ ଭଲ ହୋଇଯାଏ। ଫୁଲା ସ୍ଥାନରେ ଶୁଦ୍ଧ ଜୋକ ଲଗାଇଲେ ଅଶୁଦ୍ଧ ରକ୍ତ ବାହାରିଯାଇ ଫୁଲା ଶୀଘ୍ର କମିଯାଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.