ବିଜେପୁର :- ଗତକାଲି ରାତି ପ୍ରାୟ ୯ଟା ସମୟରେ ସରଣ୍ଡାପାଳି ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀ ସରଣ୍ଡାପାଳିର ରାହୁଲ ପଧାନ ଆହତ ହୋଇଥିବା ସୂଚନା ମିଳିଛି। TS 04 EM 3789 ନମ୍ବରର ଏକ କାର ନିୟନ୍ତ୍ରଣ ହରାଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ପରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଥିଲା। ଗାଡିରେ ଡ଼ି ପ୍ରସାଦ, ଗୌରଭ ଖୁଜୁର ଓ ମୁଦନ ଗୁଲ୍ଲା ପ୍ରବୀଣ ସହ ମୋଟ ୩ ଜଣ ବ୍ୟକ୍ତି ଥିଲେ।ଧକ୍କାରେ ରାହୁଲ ପଧାନ ଆହତ ହୋଇଥିବାବେଳେ ଗାଡିରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତତ୍କ୍ଷଣାତ୍ ଆହତମାନଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଡିଟି ମଦ୍ୟପାନ ଅବସ୍ଥାରେ ଦ୍ରୁତ ଗତିରେ (ପ୍ରାୟ ୧୦୦ରୁ ୧୨୦ କିମି ପ୍ରତିଘଣ୍ଟା) ଆସୁଥିଲା ବୋଲି ଅଭିଯୋଗ ହେଉଛି। ଏହା କୁସୁର୍ଡା ବ୍ରିଜ୍ର ଠିକାଦାରଙ୍କ ଗାଡି ବୋଲି ମଧ୍ୟ ସ୍ଥାନୀୟ ମହଳରେ ଚର୍ଚ୍ଚା ହେଉଛି। ତେବେ ଏହି ସମସ୍ତ ଅଭିଯୋଗକୁ ପୋଲିସ ପକ୍ଷରୁ ସରକାରୀଭାବେ ସ୍ଥିର କରାଯାଇନାହିଁ।
ଅନ୍ୟପଟେ, ଗାଡିରେ ଥିବା ଆଉ ଦୁଇଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ। ପୋଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.