ଅଜଣା ଗାଡି ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମ ର କୃଷ୍ଣ ଭତରା (୭୦) ବୋଲି ଜଣା ପଡିଛି। ଏ ନେଇ ଡାବୁଗାଁ ଥାନାରେ ମୃତ ବୃଦ୍ଧ ର ସମ୍ପର୍କୀୟ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଗତ ୨୦ ତାରିଖ ଶୁକ୍ରବାର ଦିନ ମୁଣ୍ଡାଗୁଡା ଗ୍ରାମ ର କୃଷ୍ଣ ଭତରା (୭୦) କୌଣସି କାର୍ଯ୍ୟରେ ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରୀ ଗ୍ରାମ ରାଜ୍ୟ ରାଜପଥ ନିକଟ ଧାନ ମିଲ କୁ ଆସିଥିଲେ। ସେଠାରେ କାର୍ଯ୍ୟ ସାରି ସନ୍ଧ୍ୟା ୭ ଘଣ୍ଟ ସମୟରେ ନିଜ ଗ୍ରାମ କୁ ଯିବାକୁ ବାହାରିଥିଲେ। ତେବେ ରାଜ୍ୟ ରାଜପଥ ଉପରେ ମହେନ୍ଦ୍ରି ଗ୍ରାମ ଛକରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ବୃଦ୍ଧ କୁ ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧ କୃଷ୍ଣ ଭତରା ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସରକାରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବିଳମ୍ବିତ ରାତ୍ରରେ ଚିକିତ୍ସିତ ଅବସ୍ଥାରେ କୃଷ୍ଣ ଭତରା ଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ମୃତ କୃଷ୍ଣ ଭତରା ଙ୍କ ସମ୍ପର୍କୀୟ ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ କେସ ନମ୍ବର ୩୫/୨୬ ରେ ମାମଲା ରୁଜୁ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଏ ଏସ ଆଇ ଚନ୍ଦ୍ର ଶେଖର ହଜାରି ଘଟଣା ର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.