ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସତ ସଙ୍ଗି ମାନଙ୍କ ଦ୍ଵାରା ବ୍ରାହ୍ମ ମୁହୂର୍ତ୍ତରେ ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ବେଦ ମାଙ୍ଗଳିକ ଧ୍ଵନି,ପ୍ରାତଃ ବିନତି,ସଙ୍ଗିତାଞ୍ଜଳି ପରେ ସକାଳ ୧୦ ଘଣ୍ଟ ସମୟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଏକ ଫୋଟ ସୁସଜ୍ଜିତ ରଥରେ ରଖାଯାଇ ଭଜନ,କୀର୍ତ୍ତନ, ସଙ୍କୀର୍ତ୍ତନ ସହ ନଗର ପରିକ୍ରମା କରାଯାଇଥିଲା। ସାଢେ଼ ୧୧ ଘଣ୍ଟ ସମୟରେ ସତସଙ୍ଗ କାର୍ଯ୍ୟର ଶୁଭାରମ୍ଭ କରାଯାଇ ଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ରାଉରକେଲା ରୁ ଆସିଥିବା ସହ ପ୍ରତିରିତିକ ସାନ୍ତୁନୁ କୁମାର ନାୟକ ଯୋଗ ଦେଇଥିବା ବେଳେ ଅଧୂର୍ଯ୍ୟ ବସନ୍ତ କୁମାର ଦାସ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ସାନ୍ତୁନୁ କୁମାର ନାୟକ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଙ୍କ ବାଣୀ,ଦର୍ଶନ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ଗୁରୁ ଗ୍ରହଣର ପ୍ରୟଜନୀୟତା,ଉତ୍ତମ ପରିବାର ଗଠନ,ଆଦର୍ଶ ସମାଜ ଗଠନ ସହ ସମାଜରେ ଶାନ୍ତି ସ୍ଥାପନ ସମ୍ପର୍କରେ କହିଥିଲେ। ଅତିଥି ମାନେ ମାନବ ଜୀବନ ଶ୍ରେଷ୍ଟ ଜୀବନ ହୋଇଥିବା ବେଳେ ସମସ୍ତେ ଅର୍ଥ ପଛରେ ଗୋଡ଼ାଇ ଅସାମାଜିକ,ଅନ୍ୟେତିକ,ଅର୍ଥ ପିପାସୁ ଓ ମାନବୀୟ ଗୁଣ ହରାଇ ବସିଥିବା କହିଥିଲେ। ମାନବ ସମାଜ କୁ ଆଧ୍ୟାତ୍ମିକ ଓ ଶୃଙ୍ଖଳା ଜୀବନ ବିତାଇବାକୁ କହିଥିଲେ। ଏହି ଅବସରରେ ୪ ଜଣ ଙ୍କୁ ଗୁରୁ ଦୀକ୍ଷା ପ୍ରଦାନ କରାଯାଇଥିଲା।୧୫୦୦ ରୁ ଉର୍ଦ୍ଧ ଭକ୍ତଙ୍କ ପାଇଁ ମଧ୍ୟାହ୍ନରେ ଆନନ୍ଦ ବଜାର କରାଯାଇଥିବା ବେଳେ ଅପରାହ୍ନ ୩ ଟା ରେ ମାତୃ ସମ୍ମିଳନୀ ଓ ୬ ଟାରେ ସନ୍ଧ୍ୟା ବିନତି କରାଯାଇ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ସହ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଜୟଗୁରୁ ଭାଇ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଡାବୁଗାଁ ସତସଙ୍ଗ ବିହାର ର ଜାଜକ କମଳାକାନ୍ତ ସାହୁ, ଯାଜକ ପଙ୍କୋଜ ମହାନ୍ତି,ଗୋପୀନାଥ ବେହେରା,ଗିରିଧର ସାହୁ,ବିବେକାନନ୍ଦ ବାରିକ ସହ ଗୁରୁ ଭାଇ ରଞ୍ଜିତ ଘଡେ଼ଇ, ଵାବି ଜେନା,ଭଗବାନ ହୋତା ,ଧବଳେଶ୍ଵର ନାୟକ,ପ୍ରକାଶ ମହାପାତ୍ର ,ସରୋଜ ମିଶ୍ର,ଧବଳେଶ୍ଵର ନାୟକ,ଶରତ ଡାକୁଆ ,ଖଗେଶ୍ବର ଦାସ ସହ ଅନ୍ୟ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.