ଷାଠିଏ ଟଙ୍କାରେ ଜୀବନ : ଏଇ ‘ଅଲୋଡ଼ା ମଣିଷଙ୍କ ନା ଅଛି ସମ୍ମାନ ନା ଶୁଣୁଛି ପ୍ରଶାସନ

0

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ : ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଡହ ରୋଡ଼ ରେ ଥିବା ଚିଦାନନ୍ଦ କୁଷ୍ଠାଶ୍ରମରେ ସରକାରୀ ସୁବିଧାରୁ ବଞ୍ଚିତ ଅନ୍ତେବାସୀ। ନା ଅଛି ସମ୍ମାନ, ନା ଅଛି ସର୍ବନିମ୍ନ ସୁବିଧା; ଅନ୍ଧବିଶ୍ୱାସର ଶିକାର ହୋଇ ଆଶ୍ରମରେ ଦିନ କାଟୁଛନ୍ତି କୁଷ୍ଠ ରୋଗୀ। ୧୯୮୬ରୁ ନିର୍ମିତ ଆଶ୍ରମ ଆଜି ସମସ୍ୟା ଘେରରେ | ପ୍ରଶଂସା ଜାଣି ବି ଅଜଣା, କେଜାଣି କେବେ ସରକାର ଶୁଣିବେ ଏହି ଅଲୋଡ଼ା ମଣିଷଙ୍କ ଗୁହାରି?
ସମାଜର ଅନ୍ଧବିଶ୍ୱାସ ଓ ଘୃଣ୍ୟ ପରମ୍ପରା ଯୋଗୁଁ ଆଜି ଅନେକ ମଣିଷ ନିଜ ପରିବାର ଓ ସମାଜରୁ ବାସନ୍ଦ ହୋଇ ‘ଅଲୋଡ଼ା’ ହୋଇପଡ଼ିଛନ୍ତି। ଭଞ୍ଜନଗର ନିକଟସ୍ଥ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରୁ ଆସିଛି ଏପରି ଏକ କରୁଣ ଚିତ୍ର। ୧୯୮୬ ମସିହାରୁ ସ୍ଥାପିତ ଏହି ଆଶ୍ରମରେ ପ୍ରାୟ ୨୦ ରୁ ଅଧିକ କୁଷ୍ଠ ରୋଗୀ ରହୁଥିବା ବେଳେ ସେମାନଙ୍କ ଜୀବନ ବର୍ତ୍ତମାନ ଦୁର୍ବିସହ ହୋଇପଡ଼ିଛି ଏବଂ ଜୀବନ ସତେ ଅଭିଶପ୍ତ ଭଳି ଲାଗୁଛି” ବୋଲି “ଶାସକ ପ୍ରଶାସକ” ଆଗରେ କହିଛନ୍ତି ଏଇ ଅବହେଳିତ ମଣିଷ ମାନେ !
​ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ କୌଣସି ସରକାରୀ ସୁବିଧା ମିଳୁନାହିଁ। ଚିଦାନନ୍ଦ ଅନୁଷ୍ଠାନ ପକ୍ଷରୁ ମିଳୁଥିବା ଦୈନିକ ମାତ୍ର ୬୦ ଟଙ୍କାରେ ଦୁଇ ଓଳି ଖାଇବା ମୁସ୍କିଲ ହୋଇପଡୁଛି। ଉପଯୁକ୍ତ ଚିକିତ୍ସା, ପାନୀୟ ଜଳ, ଏବଂ ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ। କେବଳ କିଛି ସାମାଜିକ ଅନୁଷ୍ଠାନର ସହାୟତାକୁ ଭରସା କରି ଏହି ଅବହେଳିତ ମଣିଷମାନେ ନିଜର ଶେଷ ଜୀବନ ଅତିବାହିତ କରୁଛନ୍ତି। ବାରମ୍ବାର ପ୍ରଶାସନକୁ ଗୁହାରି କଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ବେଳେ, ଏବେ ଏହି ଅନ୍ତେବାସୀମାନେ ନିଜର ଅଧିକାର ଓ ସମ୍ମାନଜନକ ଜୀବନ ପାଇଁ ଦାବି କରିଛନ୍ତି।
​ତେଣୁ ଦେଖିବାକୁ ବାକି ରହିଲା, ସରକାର ଓ ପ୍ରଶାସନ ଏମାନଙ୍କ ଦୁଃଖ ଶୁଣୁଛନ୍ତି କେବେ ! କେବେ ଓ କେମିତି ହେଉଛି ଏମାନଙ୍କ ସମସ୍ୟାର ସମାଧାନ !

Leave A Reply

Your email address will not be published.