ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା/ସାହାଡା ଗୋପୀନାଥ ପୀଠରେ କଳସ ଶୋଭାଯାତ୍ରା

0

 ଲୀଳା ପୁରୁଷୋତ୍ତମ ଶ୍ରକୃଷ୍ଣକଂ ଲୀଳାରୁ ମଣିଷ ଦିବ୍ଯ ଦର୍ଶନ ପାଇଥାଏ: ବାବା ସତ୍ଯାନନ୍ଦ

 
ଜଗତସିଂହପୁର:୨୧.୦୨.୨୦୨ ୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ମଣ୍ଡଳର ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଟ୍ରଷ୍ଟି ଡ ଅଭୟ ନାୟକକଂ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଧାରାବାହିକ ପ୍ରବକ୍ତା ଭାବେ ଯୋଗ ଦେଇ ବାବା ସତ୍ଯାନନ୍ଦ ଦାସ ମହାରାଜ କହିଲେ ଯେ ମର୍ଯ୍ଯାଦା ପରୁଷୋତ୍ତମ ଶ୍ରୀରାମ ଓ ଲୀଳା ପରୁଷୋତ୍ତମ ଶ୍ରୀକୃଷ୍ଣକଂ ଲୀଳାରୁ ଆମକୁ ଅନେକ କଥା ଶିଖିବାକୁ ମିଳିଥାଏ। ଗୀତା, ଭାଗବତ ଓ ରାମାୟଣ ପାଠକଲେ ଜଣେ ଅବଶ୍ଯ ଭଗବତ୍ ପ୍ରାପ୍ତି ହେବ। ବାବା ସତ୍ଯାନନ୍ଦ ତାକଂ ପ୍ରବଚନ କ୍ରମରେ ଶ୍ରୀକୃଷ୍ଣକଂ ଗୋପଲୀଳା ବର୍ଣ୍ଣନା କରିଥିଲେ।

ଯଜ୍ଞର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାକୁ ପରିଚାଳିତ କରିଥିଲେ ସର୍ବଶ୍ରୀ ଲଲାଟେନ୍ଦୁ, ଜ୍ଯୋତିରଂଜନ, ରଶ୍ମୀରଂଜନ,ସୁଦର୍ଶନ, ଆଲୋକ, ସାଇ ସାସ୍ବତ ଓ ସୁଶ୍ରୀ ଶଭଶ୍ରୀ ରାୟ ସହଯୋଗ କରିଥିଲେ।

ଯଜ୍ଞକର୍ମ କ୍ରମରେ ଅଗ୍ନି ସ୍ଥାପନ, ଗୋପୀନାଥ ଓ ଗୋପାଳକୁଂ ଆହୁତି ପ୍ରଦାନ କରାଯାଇଥିଲା। ତାପରେ ଦିଅଁମାନକଂର ଜଳାଧିବାସ, ପୁଷ୍ପ ଓ ଫଳାଧିବାସ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.