ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କ୍ଷେତ୍ରିୟ ବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅନିତା ତ୍ରିପାଠୀ ସଂଯୋଜନା କରିଥିଲେ। ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ତତ୍ ସହିତ ମହିଳା ଯୁବ ରେଡ଼କ୍ରସ ଶାଖାର ସହ-ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକ ସରକାରଙ୍କ ଏହି ଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଂଶ ଗ୍ରହଣକାରୀ ଛାତ୍ରୀମାନଙ୍କୁ ତାଲିମ ନେବାକୁ ପ୍ରେରଣା ଯୋଗାଇଥିଲେ। ରସାୟନ ବିଭାଗର ଅଧ୍ୟାପକ ଡ଼ଃ. ଇ. ରବିନାରାୟଣ ପାତ୍ର ଅନ୍ୟତମ ସମ୍ମାନିତ ଅତିଥିରୂପେ ଯୋଗଦେଇ, ଛାତ୍ରୀମାନଙ୍କୁ ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏବଂ ତାଲିମ ନେଇ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବେ ଶ୍ରୀମତୀ ବନୀତା ସାହୁ ଓ ମୀନତୀ ଗୌଡ଼ ଯୋଗ ଦେଇଥିଲେ। ଶେଷରେ ସହ – ସଂଯୋଜିକା ଧରିତ୍ରୀ ରାଣୀ ବିଷାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.