କେନ୍ଦ୍ରାପଡ଼ା:୨୧.୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ଓ ମୁଁ ଭାରତ ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ଫେବୃଆରୀରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଠାରେ ଆୟୋଜିତ ହେବ | ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାନ୍ଧ୍ୟଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶିଶିରକାନ୍ତ ମହାପାତ୍ର, ମାଇଁ ଭାରତ ୟବା ଭାରତର ଯୁବ କାର୍ଯ୍ୟକ୍ରମ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ | କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ତଥା ଇଚ୍ଛୁକ ଅନ୍ୟଯୁବ ଗୋଷ୍ଠୀ ଯାହାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ ବୟସ ହୋଇଥିବ ସେମାନେ ଆସି ଯୋଗଦେବେ | “ବିକଶିତ ୧୦୦ ବର୍ଷ ଭାରତ ଏବଂ ୫୦ ବର୍ଷ ଗଣତନ୍ତ୍ର ” ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହିତ ଏକ ଛାୟା ସଂସଦ ପ୍ରକ୍ରିୟାରେ ଜୁରୀ ସଦସ୍ୟମାନେ ଉପସ୍ଥିତ ରହି ଫଳାଫଳ ବିଚାର କରିବେ | ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିଵେ | ରାଜ୍ୟସ୍ତରୀୟ ପ୍ରତିଯୋଗିତା କୃତୀ ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ପାର୍ଲାମେଣ୍ଟକୁ ମନୋନୀତ ହେବେ ବୋଲି ସୂଚନା ରହିଛି | ଏହି ସାମ୍ବାଦିକ ସମ୍ମିଳନୀରେ ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ରୁକ୍ମୁଣୀ ସାହୁ,ମନୋରଞ୍ଜନ ରାଉତ,ମାଇଁ ଭାରତ କର୍ମୀ ଲକ୍ଷ୍ମୀକାନ୍ତ ଜେନା,କର୍ମଚାରୀ ଅଶୋକ ମଳିକ,କିସନ ନିମାଇ,ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.