ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ଠାରେ ବିଶ୍ବ ମାତୃଭାଷା ଦିବସ ପାଳିତ

0 1

 

କେନ୍ଦୁଝର,ତା୨୧/୨- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ବେହେରା ଅତିଥି ଭାବରେ ଯୋଗଦେଇ ମାତୃଭାଷାର ମହତ୍ତ୍ଵ ଓ ଗୁରୁତ୍ବ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ମାତୃଭାଷା ହିଁ ସର୍ବପ୍ରଥମେ ଆମକୁ ବ୍ୟବହାରିକ ଶିକ୍ଷା ଦେଇଥାଏ ବୋଲି କହିଥିଲେ । ଏହି ଅବସରରେ ଶିଶୁ ଭାଇଭଉଣୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଭାଗୀ ମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଗୁରୁମା ମଞ୍ଜୁଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.