( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ଥାନା ଅର୍ନ୍ତଗତ ଦୟାପଲୀ ଗ୍ରାମରେ ଗତ ୨୦୧୨ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଚୁଡାନ୍ତ ରାୟ ଶୁଣାଇଛନ୍ତି ଓ ଉକ୍ତ ମାମଲାରେ ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ୮ ଜଣ ଯଥା କୈଳାଶ ଦାସ, ଦାଶରଥି ଦାସ, ସଦାନନ୍ଦ ଦାସ, ଆଲେଖ ଦାସ,ଅଭି ଦାସ, ରିଙ୍କୁ ଦାସ ଓ ଅମିନ୍ ଦାସ ପ୍ରମୁଖ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।ଏଥି ସହ ପ୍ରତ୍ୟେକ ଙ୍କୁ ନଗଦ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ ଫେବୃଆରୀ ୨୦୧୨ ମସିହାରେ ଶିବରାତ୍ରି ଉପଲକ୍ଷେ ବେଲମା ଜାତି ବ୍ୟକ୍ତି ବିଶେଷ ମନ୍ଦିରରେ ଆଲୋକ ସାଜସଜ୍ଜା କରୁଥିବା ବେଳେ ଅପର ପକ୍ଷର କିଛି ଲୋକ ସେମାନଙ୍କୁ ଗାଳି ଗୁଲଜ କରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଓ ପର ଦିନ ବେଲମା ଜାତି ର କିଛି ଲୋକ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ମାନେ ଉକ୍ତ ଲୋକ ଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ସାକା ପିତାମ୍ବର ନାମକ ଜଣେ ଲୋକଙ୍କ ର ମୃତ୍ୟୁ ଘଟିଥିବା ବେଳେ ଡି ପିତାମ୍ବର ଓ ସାକା ଦେବରାଜ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା କୁ ନେଇ ତତ୍କାଳୀନ ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣା ର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସମ୍ପୃକ୍ତ ୨୩ ଜଣକୁ ଗିରଫ କରିଥିଲେ।
ଉକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ଉକ୍ତ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ନଗଦ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.