ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମରେ ମାଆ ଦଣ୍ଡକାଳୀ ଏବଂ ରଘୁନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠ ଉପଲକ୍ଷେ ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ,ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଯଜ୍ଞ ପାଇଁ ବୁଧବାର ଦିନ ଦୀକ୍ଷା ଗ୍ରହଣ ,ଅଙ୍କୁରାରୋପଣ ଏବଂ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳୁ କର୍ମାରମ୍ଭ,ସୂର୍ଯ୍ୟ ପୂଜା, ସାଲା ସଂସ୍କାର,କୁଣ୍ଡ ଅଗ୍ନି ସଂସ୍କାର କରାଯିବା ସହିତ ସକାଳ ଛଅ ଘଣ୍ଟା ତିରିଶି ମିନିଟ୍ ସମୟରେ ନାମ ଆରମ୍ଭ ହୋଇଥିଲା I ଏହି ଯଜ୍ଞ ଶୁକ୍ରବାର ସକାଳେ ସମାପନ ହେବ I କାର୍ଯ୍ୟକ୍ରମରେ ପୁରୋହିତ ରୂପେ ବାବୁନା ମହାପାତ୍ର, ରାମକୃଷ୍ଣ ମହାପାତ୍ର ଏବଂ ଟୁନା ମହାପାତ୍ର ଦାୟିତ୍ୱ ତୁଲାଉଥିବା ବେଳେ ସ୍ଥାନୀୟ ସରପଞ୍ଚ ସବିତା ସ୍ୱାଇଁ, ସମିତିସଭ୍ୟ ନମିତା ବିଷୋୟୀ, ମାନସ ବିଷୋୟୀ,ଗ୍ରାମ ସଭାପତି ସୁଦାମ ଖଟାଇ, କାଳୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଯୁଗଳ କିଶୋର ପ୍ରଧାନ, ଗୋବିନ୍ଦ ଗୌଡ଼, ଭଗବାନ ଗୌଡ଼, ସୁଦର୍ଶନ ଗୌଡ଼, ଅନ୍ତର୍ଯ୍ୟାମୀ ବିଷୋୟୀ, ବିମ୍ବାଧର ନାୟକ, ଦିଲ୍ଲୀପ୍ କୁମାର ସ୍ୱାଇଁ, ରଞ୍ଜିତ୍ ଖଟେଇ, ଦିଲ୍ଲୀ ବିଷୋୟୀ, ଜୟରାମ ବିଷୋୟୀ, ନୀଳମଣି ସ୍ୱାଇଁ, ସୁମତି ବିଷୋୟୀ, ସୀମାଞ୍ଚଳ ଚୌଧୂରୀ ଙ୍କ ସମେତ ଗ୍ରାମବାସୀ, ଯୁବକ ସଂଘ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I
Sign in
Sign in
Recover your password.
A password will be e-mailed to you.