ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ, ୧୮ ଫେବୃଆରୀ, ୨୦୨୬: ଗଞ୍ଜାମ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶନରେ ଚାଲିଥିବା “ବରିଷ୍ଠ ନାଗରିକ ସପ୍ତାହ-୨୦୨୬” ଅବସରରେ ଆଜି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରକୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଏବଂ ଏହି ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମେଡିକାଲ ଅଧିକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥିଙ୍କ ନେତୃତ୍ୱରେ ଡାକ୍ତର ପ୍ରଣବାନନ୍ଦ ପାତ୍ର, ଡାକ୍ତର ଦିଲ୍ଲୀପ କୁମାର ସାହୁ, ଏବଂ ଡାକ୍ତର ଅନିଲ କୁମାର ଚୌଧୁରୀଙ୍କ ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ଶିବିରରେ ଶତାଧିକ ବରିଷ୍ଠ ନାଗରିକଙ୍କର ବିଭିନ୍ନ ଜରୁରୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା।
ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି ଶିବିରଟି ସ୍ଥାନୀୟ ଅଞ୍ଚଳର ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିଛି। ଜିଲ୍ଲା ପ୍ରଶାସନର ଏହି ଜନହିତକର କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଏବଂ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.