ବ୍ରହ୍ମପୁର: ଖଡାସିଙ୍ଗ୍ ରେଳଧାରଣାରୁ ଜଣେ ମହିଳାଙ୍କ ମୃତ ଦେହକୁ ପୋଲିସ୍ ଉଦ୍ଧାର କରିଛନ୍ତି। ମୃତ ମହିଳା ଜଣଙ୍କ ଗଜପତି ନଗର ତୃତୀୟ ଲାଇନର ରାଜଲକ୍ଷ୍ମୀ ସାହୁ ଓରଫ ପିଙ୍କି (୫୦) ବୋଲି ଜଣାପଡିଛି। ରାଜଲକ୍ଷ୍ମୀ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି। ରାଜଲକ୍ଷ୍ମୀଙ୍କ ମୃତ ଦେହ ନିକଟରୁ ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ଯୁବକକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ବାବୁଲା ଜେନା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ବୈଦ୍ୟନାଥପୁର ଥାନା ଏବଂ ଜିଆରପି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.