କେନ୍ଦୁଝର,ତା୧୬/୨- ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଟିକିରା ଓ କପାସପଡା ସଂଲଗ୍ନ କଟେଇଶୁଣି ପାହଡ଼ ଉପରେ ବାବା ସତ୍ୟଶ୍ୱରାୟ ଠାକୁର ବିରାଜମାନ। ତାଙ୍କରି ପାଦଦେଶରେ ବିଶ୍ଵଶାନ୍ତି ଯୁବକସଂଘ ତରଫରୁ ୨୦ତମ ଜାଗର ମହୋତ୍ସବ ଆରମ୍ଭ ହୋଇଯାଇଛି।ଏହି ଶୁଭ ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଖଈର ନାୟକ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ସମାଜସେବୀ ଶାନ୍ତନୁ ନାୟକ, ବରିଷ୍ଠ ଶିକ୍ଷକ ରାଜକିଶୋର ନାୟକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରମୋଦ କୁମାର ବେହେରା। ପ୍ରଥମେ ମହୋତ୍ସବ କମିଟିର ଉଦ୍ୟୋକ୍ତା ଦିବଙ୍ଗତ ନିତ୍ୟାନନ୍ଦ ବେହେରା ଓ ଜଗତ ଜନନୀ ମା’ ତାରିଣୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭ ଉଦଘାଟନୀ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ମହୋତ୍ସବର ଉତ୍ତୋରତ୍ତର ସଫଳତା କାମନା କରିଥିଲେ। ପରେ ପରେ ରାମ ନାମ କୃଷ୍ଣ ନାମ ହୋଇଥିଲା। ଶେଷରେ ଡ୍ୟାନ୍ସ ଧମାକା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗକୁ ଆହୁରି ତିନିଦିନ ଧରି ମହୋତ୍ସବ ହେବ ବୋଲି ଜଣାଯାଇଛି। ଆଜିର କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post