କେନ୍ଦୁଝର,ତା୧୬/୨- କେନ୍ଦୁଝର ଜିଲ୍ଲା ସଦରବ୍ଳକ ମଇଦାନକାଲ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଠାରେ ମହାଶିବରାତ୍ରି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପୂଜା ପାଉଥିବା ବାବା ବୈଦ୍ଯନାଥ ଶିବ ମନ୍ଦିର ପ୍ରାଙ୍ଗଣରେ ଘଟଗାଁର ମା’ ତାରିଣୀ ଭଜନ ଗ୍ରୁପ ଭଜନ ପରିବେଷଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସର୍ବଶ୍ରୀ ମାନନୀୟ ଯୁଧିଷ୍ଠିର ସିଂ,ହରେକୃଷ୍ଣ ନାୟକ, ବିଦ୍ୟାଧର ସିଂହ, ଗୋପବନ୍ଧୁ ନାୟକ, ଭାଗୀରଥୀ ସିଂ, ତ୍ରିନାଥ ନାୟକ, ସଭାପତି ଲକ୍ଷ୍ମୀଧର ସିଂ ମଞ୍ଚରେ ନିଜ ନିଜ ଅଭିଭାଷଣରେ ପରସ୍ପର ମଧ୍ୟରେ ସୁ-ସମ୍ପର୍କ,ବିଶ୍ବାସ, ସହଯୋଗ, ଭାଇଚାରା ଦ୍ବାରା ଓ ବାବା ବୈଦ୍ଯନାଥଙ୍କ କୃପାରୁ ସବୁକିଛି ହୋଇପାରୁଛି କହିଥିଲେ। ମା’ ତାରିଣୀ ଭଜନ ଗ୍ରୁପର କଳାକାର ମାନେ ଭକ୍ତିର ମୂର୍ଚ୍ଛନାରେ ସଭିଙ୍କୁ ବିମୋହିତ କରିଥିଲେ। ହଜାର ହଜାର ଶୈବଭକ୍ତ ମହାଦୀପ ଜାଳିବା ସହିତ କାର୍ଯକ୍ରମକୁ ଉପଭୋଗ କରିଥିଲେ। ଭଜନ ଗ୍ରୁପର ଉଦଘୋଷକ ସଞ୍ଜୟ କୁମାର ସାହୁ ଓ ଗୁରୁ ସଞ୍ଜୟ କୁମାର ଦାସଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୀତିକାର ପ୍ରଦୀପ ଦାସ, ଅକ୍ଷୟ ସେଠି, ପବିତ୍ର ବେହେରା, ମଧୁସ୍ମିତା ପାଣିଗ୍ରାହୀ, ମିସ୍ ସୀମା, ଶିବାନୀ ପାଣିଗ୍ରାହୀ, ଓ ସିଏ ଗ୍ରୀସl ଭଜନ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post