ଜୟ ଜଗନ୍ନାଥ କ୍ରିକେଟ୍ କ୍ଳବ୍ ପକ୍ଷ ରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ର ତେଇଶି ନମ୍ୱର୍ ୱାର୍ଡ଼ ର ଗୋପାଳପୁର ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ୍ ପକ୍ଷ ରୁ ତିନି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି କ୍ରିକେଟ୍ ମ୍ୟାଚ୍। ଏଥିରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ଦିନ ରେ  ଏନ ୱାଇ ଶି ବାଟି ବାଲେଶ୍ବର ଓ କେ ୱାଈ ସି କିଆ ପଡ଼ା ମଧ୍ୟା ରେ ଖେଳ ଅନୁଷ୍ଠିତ ହୋଇଥିଲା ବେଳେ ତିନୋଟି ମ୍ୟାଚ ରୁ ଦୁଇ ଟି ଜିତି କେ ୱାଇ ସି କିଆପଡ଼ା ଚାମ୍ପୀୟାନ ହୋଇଛି। ଅନୁଷ୍ଠିତ ଉଦ୍ ଜାପାନୀ ଉତ୍ସବ ର ପ୍ରଥମ୍ ଖେଳ ଅତିଥି ଭାବେ ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ ଓ ପୂର୍ବତନ କାଉନସିଲ ଭଗବାନ ମହାନ୍ତି ଓ ଦ୍ୱିତୀୟ ଖେଳ ରେ ମୂଖ୍ୟ ଅତିଥି ଭାବେ ବିଧାୟକ ଆଶୋକ ଦାସ ଓ ସମାଜ ସେବୀ ବିଜୟ ମହାନ୍ତି  ଯୋଗ ଦେଇ ଖେଳ କୁ ଆରମ୍ଭ କରିଥିଲେ। ପରେ ପରେ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଧାମନଗର ମୁକ୍ତି କାନ୍ତ ମଣ୍ଡଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ସମାଜ ସେବୀ ଚନ୍ଦ୍ର କାନ୍ତ ଦାସ, ସୁରେଶ ଚନ୍ଦ୍ର ମହାନ୍ତି, ଭାଗିରଥି ନାୟକ, ଶ୍ୟାମ ସୁନ୍ଦର ମହାକୁଡ଼ ଯୋଗ ଦେଇଥିଲେ। ଏହି ଅବସର ରେ ବିଜୟୀ ଦଳ କୁ ପଚାଶ ହଜାର ଟଙ୍କା ଓ ଟ୍ରଫି, ରନସ ଅଫ ଦଳ କୁ ତିରିଶ ହଜାର ଟଙ୍କା ଟ୍ରଫି ପ୍ରଦାନ କରିଥିଲେ ଅତିଥି ମାନେ। ଖେଳ କୁ ଅମ୍ପାୟର ଭାବ ରେ ମାନସ ବାରିକ୍, ବିକାସ ଧଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ସତ୍ୟବାନ୍ ବିଶ୍ବାଳ ଓ ରାଜେନ୍ଦ୍ର ମହାନ୍ତି ପ୍ରଦାନ କରିଥିଲେ। ଜୟ ଜଗନ୍ନାଥ କ୍ଳବ ପକ୍ଷ ରୁ କୃଷ୍ଣ ଚନ୍ଦ୍ର ମହାକୁଡ଼, ଦୀପକ ଜେନା, ଦେବାଶିଷ ବାରିକ୍, ସନ୍ତୋଷ ବାରିକ୍, ରାଜେଶ ମହାନ୍ତି, ଡ଼ମ୍ବୁରୁ ଦାସ, ଶରତ ନାୟକ,, ଅମର ପାଢୀ, ନାରଣ ବାରିକ୍ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଛନ୍ତି।

Leave A Reply

Your email address will not be published.