ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳ ପଡ଼ିଆରେ ୧୧୦ ନମ୍ବର ବାଟାଲିଅନ ବିଏସ୍ଏଫ୍ ଯବାନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ମୁକ୍ତ ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଯାଇ ୫ ଶହରୁ ଅଧୀକ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପଡ଼ିଆ ଭଳି ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଭାତୃତ୍ବ ଭାବ ବଜାୟ ରଖିବା ନେଇ ଆହ୍ବାନ ଦିଆଯାଇଛି। ଗତ କିଛିବର୍ଷ ଧରି ବିଏସଏଫ ଯବାନ ମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଲୋକଙ୍କ ସହ ଉତ୍ତମ ସମ୍ପର୍କ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ସଫଳ ହୋଇପାରିଛନ୍ତି। ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ସହ ଯବାନ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ, ନେତୃବୃନ୍ଦଙ୍କ ସହଯୋଗ ଭାବ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ଆତ୍ମରକ୍ଷା କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବା କୁହାଯାଇଛି। ପ୍ରତ୍ୟେକ ଗାଆଁ କମିଟି ନିଜ ନିଜ ଗ୍ରାମରେ ପିଲାଙ୍କ ଶିକ୍ଷା ସ୍ବାସ୍ଥ୍ୟ ଓ ପୋଷଣ ପ୍ରତି ଦୃଷ୍ଟି ଦେବା ସହ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ବିଏସ୍ଏଫ୍ର ଉଚ୍ଚ ପଦାଧିକାରୀ ଓ ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ସହ ଉତ୍ତମ ବୁଝାମଣା ରକ୍ଷା, ପାରିବାରିକ କଳହର ଆପୋଷ ବୁଝାମଣା, ବାଲ୍ୟ ବିବାହକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ବିଏସ୍ଏଫ୍ ପକ୍ଷରୁ କମ୍ବଳ, ସ୍କୁଲ ବ୍ୟାଗ, ଭଲିବଲ୍, ନେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏଫର ଦ୍ଵିତୀୟ ଇନ୍ଚାର୍ଜ ଅତୁଲ ଯାଦବ, ପଡ଼ିଆ ଥାନା ଅଧିକାରୀ ସନ୍ତୋଷ କୁମାର ପଡ଼ିଆ ବ୍ଲକ ଉପାଧ୍ୟକ୍ଷ କଲ୍ୟାଣ ବିଶ୍ଵାସ, ପଡ଼ିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର, ବ୍ଲକ ସହାୟକ ଯନ୍ତ୍ରୀ ବିଷ୍ଣୁ ମହାପାତ୍ର, ଏସ୍ଆଇ ନିରୋଦ କୁମାର ବାଘଙ୍କ ସମେତ ସ୍ଥାନୀୟ ଅଞ୍ଚଳର ୨ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post