ଓଡ଼ଗାଁ, ୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚତୁର୍ଦ୍ଦଶତମ ବାର୍ଷିକୋତ୍ସବ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅବିନାଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ପ୍ରମୁଖ ଶ୍ରୀଧର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ସିଆରସିସି ଉମାକାନ୍ତ ପ୍ରଧାନ, ନନ୍ଦିଘୋର ନୂଆସାହିର ସଭାପତି ସୁରେନ୍ଦ୍ର କୁମାର ବେହେରା, ଉପଦେଷ୍ଟା ସରୋଜ କୁମାର ମିଶ୍ର ମଞ୍ଚାସୀନ ହୋଇଥିଲେ । ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ବିକାଶ ଏବଂ ସୃଜନଶୀଳତା ବୃଦ୍ଧି ନିମନ୍ତେ ପାରିପାର୍ଶ୍ୱିକ ଶିକ୍ଷାର ପ୍ରୟୋଗ ଶାଳା ହେଉଛି ବିଦ୍ୟାଳୟର ବାର୍ଷିକୋତ୍ସବ ବୋଲି ଅତିଥିମାନେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଗାଇଡାନ୍ସ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏବଂ କାର୍ଯ୍ୟକ୍ରମ ମଧ୍ୟରେ ଶିଶୁ ମାନଙ୍କ ଦ୍ଵାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post