ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) : ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅକ୍ସିଜେନ ଅଭାବରୁ ଗତକାଲି ଜଣେ ଶିକ୍ଷକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ପରେ ପୁଲିସ ହସ୍ତକ୍ଷେପ ଦ୍ବାରା ଏହା ପ୍ରଶମିତ ହୋଇଥିଲା।ତେବେ ଦାୟିତ୍ଵରେ ଥିବା ଫାର୍ମାସିଷ୍ଟଙ୍କ ଅବହେଳା ଏପରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସମ୍ପୂକୁ ଫାର୍ମାସିଷ୍ଟ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଅଭିଯୋଗ ଅନୁଯାୟୀ ନୂଆପଡ଼ା ଜିଲ୍ଲା ଗୋରଲା ହାଇସ୍କୁଲ ରେ କାର୍ଯ୍ୟରତ ଶିକ୍ଷକ ସୁଧାଂଶୁ ଶେଖର ସା ନିଜ ଧର୍ମଗଡ ନିକଟସ୍ଥ ଛିଲୀପା ଗାଁ କୁ ଆସିଥିଲେ। ଗତକାଲି ସକାଳେ ଶ୍ବାସକ୍ରିୟା ରେ ଅସହଜ ଅନୁଭବ କରିବା ରୁ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଇଲେକ୍ଟ୍ରି ଅକ୍ସିଲେଟର ଲଗାଇ ଥିଲେ। ତେବେ ଅକ୍ସିଜେନ ଲେବଲ୍ କମୁ ଥିବାରୁ ସିଲିଣ୍ଡର ଦ୍ବାରା ଅକ୍ସିଜେନ ଦେବା ପାଇଁ ଡ଼ାକ୍ତର ସମ୍ପର୍କୀୟଙ୍କୁ କହିଥିଲେ। ତେବେ ଡାକ୍ତରଖାନାରେ ସିଲିଣ୍ଡର ମହଜୁଦ ନ ଥୁବା ଫାର୍ମାସିଷ୍ଟ କହିଥିଲେ। ପରେ ସମ୍ପର୍କୀୟ ମାନେ ବିଧାୟକ ଙ୍କୁ ହସ୍ତକ୍ଷେପ ପାଇଁ ଫୋନ୍ କରିବା ପରେ ପେସେଣ୍ଟ ନିକଟକୁ ଅକ୍ସିଜେନ ସିଲିଣ୍ଡର ଅଣା ଯାଇଥିଲା ହେଲେ ସେତେବେଳକୁ ସୁଧାଂଶୁ ଙ୍କ ମୃତ୍ୟୁ ହୋଇ ସାରିଥିଲା । ଅକ୍ସିଜେନ ସିଲିଣ୍ଡର ମିଳିବାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରି ଥିବାବେଳେ ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା । ଏ ସମ୍ପର୍କ ରେ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ଯୋଗା ଯୋଗ କରିବାରୁ ଦାୟିତ୍ଵ ରେ ଥିବା ଡାକ୍ତର ରୋଗୀ କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟ କୁ ନେବା ପାଇଁ ରେଫର କରିଥିଲେ ବୋଲି କହିବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post