ବାସୁଦେବପୁର – ବାସୁଦେବପୁର ପୌର ପରିଷଦ ରେ ଥିବା ଅଟଳ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ ରେ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର, ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ସଭାପତି ପଞ୍ଚ ସଖା ଶିକ୍ଷା ସେତୁ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯାମିନୀ କାନ୍ତ ପାଢୀ, ଅବସର ପ୍ରାପ୍ତ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରେବତୀ ପାଢୀ, ସମାଜ ସେବୀ ପ୍ରଦୀପ କୁମାର ବେହେରା, ପ୍ରତାପ ଚନ୍ଦ୍ର ବେହେରା ସଭାପତି ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ରାଉତ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦିଲ୍ଲୀପ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଦମୟନ୍ତୀ ଶତପଥି ବାର୍ଷିକ ବୀବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ର ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି, ଧନ୍ୟବାଦ ଶିକ୍ଷକ ରବୀନ୍ଦ୍ର ମହାକୁଡ଼ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି।
Sign in
Sign in
Recover your password.
A password will be e-mailed to you.