ଓଡ଼ଗାଁ,୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣରେ ୧୮୦ ଜଣ ଛାତ୍ରୀ ଭାଗ ନେଇଥିବାବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ନୋଡାଲ ଶିକ୍ଷକ ପରମାନନ୍ଦ ଦଳାଇଙ୍କ ନେତୃତ୍ୱରେ ଛାତ୍ରୀମାନେ ଶୁକ୍ରବାର ୧୩ ଫେବୃଆରୀ ୨୦୨୬ ତାରିଖ ଦିନ ପରିଭ୍ରମଣରେ ଯାଇଥିଲେ । ୧୮୦ ଜଣ ଛାତ୍ରୀ ଭଞ୍ଜନଗର ନିକଟସ୍ଥ ବନ ବିହାର ବିଜୁପଟ୍ଟନାୟକ ପାର୍କ, କୁଲାଡରେ ଅବସ୍ଥିତ ମା ବ୍ୟାଗ୍ର ଦେବୀ ପୀଠ, ଉତ୍କଳ ଭଞ୍ଜ ସ୍ମୃତି ସ୍ଥଳକୁ ଚାରୋଟି ବସ୍ ଯୋଗେ ଯାଇ ପହଞ୍ଚିଥିଲେ। ପରିଭ୍ରମଣ ସମୟରେ ନୈତିକ ବୌଦ୍ଧିକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ମାର୍ଗଦର୍ଶନ ମଧ୍ୟ କରିଥିଲେ । ଛାତ୍ରୀ ମାନଙ୍କ ସୁରକ୍ଷିତ ପରିଭ୍ରମଣ ନିମିତ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.