କେନ୍ଦୁଝର,ତା୧୩/୨- ସ୍ଥାନୀୟ କଲେଜ ରୋଡ଼ସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ଶିଶୁବାଟିକା ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରିବା ପ୍ରଦର୍ଶନୀ କରଯାଇଥିଲା । ସଂପୃକ୍ତ ଶ୍ରେଣୀର ଶିଶୁମାନଙ୍କର ସୃଜନଶକ୍ତିର ବିକାଶ ପାଇଁ ଏହି ପରିବା ପ୍ରଦର୍ଶନ ପ୍ରତ୍ୟେକ ବର୍ଷ ହୋଇଥାଏ । ଶିଶୁମାନେ ନିଜନିଜ ଘରୁ ବିଭିନ୍ନ ପରିବା ଆଣି ଗୋଟାଏ ଜାଗାରେ ପ୍ରଦର୍ଶନ କରିଥିବାରୁ ଯାହାକି ସମସ୍ତ ଶିଶୁ ସବୁପ୍ରକାର ପରିବା ଚିହ୍ନିବାରେ ସହାୟକ ହୋଇଥିଲେ । ଏହି ପରିବା ପ୍ରଦର୍ଶନକୁ ପରିଚାଳନା ସମିତିର ସଦସ୍ୟା ତଥା ଅବସରପ୍ରାପ୍ତା ଶିକ୍ଷୟତ୍ରୀ ମନ୍ଦାକିନୀ ବେହେରା ଉଦଘାଟନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ସହ ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଅବସରପ୍ରାପ୍ତା ଆଚାର୍ଯ୍ୟା ସ୍ନେହଲତା ପୃଷ୍ଟିଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସେଠୀଙ୍କ ସମେତ ପ୍ରାତଃ ପର୍ଯ୍ୟାୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏଥିରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.