ଷଷ୍ଠ ହଂସ ଧ୍ଵନି ଅନୁଷ୍ଠିତ

2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡ଼ିଆ ପଞ୍ଚାୟତ ରେ କମାର ଗାଁ ରେ ଥିବା ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟ ର ଷଷ୍ଠ ହଂସ ଧ୍ଵନି କାର୍ଯ୍ୟ କ୍ରମ ରେ ଉଦ୍ ଘାଟନ ଉତ୍ସବ ଗୁରୁବାର ଦିନ ସଂଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ, ଗୁରୁ ବିଚିତ୍ର ନନ୍ଦ ସ୍ୱାଇଁ, ସରପଞ୍ଚ ଉମାକାନ୍ତ ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭାପତି ମନ୍ମଥ ଅଗସ୍ତି ଙ୍କ ସଭାପତିତ୍ବ ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଶ୍ରୀ ନିବାସ ଘଟୁଆରି, ମନୀଷ ଅଗସ୍ତି ମଞ୍ଚ ସଂଯୋଜନା କରିଥିଲେ। ସମୀର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସର ରେ ଧ୍ରୁବ ସମ୍ମାନ ରେ କଣ୍ଠ ଶିଳ୍ପୀ ଗୀତା ଦାସ ଙ୍କୁ ଉପ ଦ୍ଧୋକନ, ମାନ ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଗୋଟି ପୁଅ ନୃତ୍ୟ, ଭଜନ, ତବଲା, ଭାରତ ନାତ୍ୟମ ନୃତ୍ୟ,ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

Leave A Reply

Your email address will not be published.