ପଦ୍ମପୁର/ଶିବାଶିଷ ପଟ୍ଟନାୟକ ( ୧୩/୦୨):- ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡ଼ିଆ ରେ ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏସୋସିଏସନ୍ ର ସଭାପତି ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନର ପ୍ରଥମ ମ୍ୟାଚ ରେ ପଦ୍ମପୁର ସଲୋନି ସାରଙ୍ଗଗଡ ଦଳକୁ ୫:୧ ଗୋଲ୍ ରେ ପରାସ୍ତ କରିଥିଲା। ଖେଳର ପ୍ରଥମାର୍ଦ୍ଧରେ ପଦ୍ମପୁର ଦଳ ପକ୍ଷରୁ ୧୨ ମିନିଟରେ ପପୁ ମାଝୀ , ୨୧ମିନିଟ ରେ ଲକି ଜାଲ, ୨୮ ମିନିଟ ରେ ଅଜିତ ଭୋଇ ଓ ୩୧ମିନିଟ ରେ ଅମିତ୍ ନେଗୀ ଗୋଲ୍ ଦେଇଥିଲେ। ସାରଙ୍ଗଗଡ ଦଳ ପକ୍ଷରୁ କନ୍ହେଇ ବିଶ୍ବାଳ ଏକ ମାତ୍ର ଗୋଲ୍ ଦେଇଥିଲେ। ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ଆଇନଜିବୀ ନନ୍ଦ କିଶୋର ମାଝୀ ଅତିଥି ଭାବେ ଯୋଗଦେଇ ପଦ୍ମପୁର ଦଳର ପପୁ ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ।
ସେହିପରି ଦ୍ବିତୀୟ ମ୍ୟାଚ୍ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ ରାୟପୁର ଦଳକୁ ୪:୩ ଗୋଲ୍ ରେ ପରାସ୍ତ କରିଥିଲେ। ବିଶିଷ୍ଟ ଫୁଟବଲ ଖେଳାଳୀ ନବୀନ ସାହୁ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ଦଳର ପ୍ରତୀକ ଭାତ୍ରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଆଜିର ଉଦ୍ଘାଟନୀ ମ୍ୟାଚରେ କାର୍ଯ୍ୟକାରୀ ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଚିନ୍ମୟ ପଣ୍ଡା, ପ୍ରମୋଦ ମିଶ୍ର,ନରେଶ ବାରିକ,ନରୋତ୍ତମ ପଧାନ, ପ୍ରଦୀପ ଜାଲ୍, ଗିରିଶ ସାହୁ, ନନ୍ଦ କିଶୋର ଧରୁଆ, ବାସୁଦେବ ଦାସ, ଜୟ ମାଧବ ଦୋରା, ସଚ୍ଚିଦାନନ୍ଦ ବହିଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ବେହେରା, ସୁଧାଂଶୁ ସେଠ୍,ଦେବାଶିଷ ଦାସ, ଅଶ୍ଵିନୀ ବେରିହା, ନୀଳ ନାୟକ, ପ୍ରଦୀପ ରାଜହଂସ, ବିଦେଶୀ ସାହୁ ଓ ଚନ୍ଦ୍ରମଣି ସାହୁ ଖେଳ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.