ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମୁଖ୍ୟାଳୟରେ ବନ୍ଦର ପ୍ରଭାବ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ୪ ଗୋଟି ନୂଆ ଶ୍ରମ କୋର୍ଡକୁ ବାତିଲ କରିବା ଦାବିରେ ୧୦ ଟ୍ରେଡ ୟୁନିଅନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଓଡ଼ିଶାରେ କଂଗ୍ରେସ ଦଳ ଏବଂ ବିଜୁ ଶ୍ରମିକ ସାମୁଖ୍ୟ ସମର୍ଥନରେ ଓଡ଼ଗାଁ ଏନଏସିରେ ବନ୍ଦର ପ୍ରଭାବ ୬୦ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହା ପ୍ରଭାବ ଶୂନ୍ୟ ରହିଥିଲା । ଓଡ଼ଗାଁରେ ପରିବହନ ସହିତ ବ୍ୟାଙ୍କ ସେବା ଓ ସ୍କୁଲ ଶିକ୍ଷାଦାନ ଏବଂ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ତେବେ ଜରୁରୀ କାଳୀନ ସେବା ସହିତ ଦୋକାନ ବଜାର ଖୋଲା ରହିଥିଲା । ଓଡ଼ିଶା ବ୍ଳକ କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବାମପନ୍ଥୀ ଦଳର ଗୋଲଖ ବିହାରୀ ମୁଦୁଲି, ଜ୍ୟୋତିପ୍ରଭା ପଣ୍ଡା, ଜିଲ୍ଲା କଂଗ୍ରେସ ଉପସଭାପତି ବିଭୁ ପ୍ରସାଦ ମିଶ୍ର, ଜିଲ୍ଲା କିଷାନ୍ କଂଗ୍ରେସ ସଭାପତି ବସନ୍ତ କୁମାର କର, ଓଡ଼ଗାଁ ବ୍ଲକର ନିରଞ୍ଜନ ସାହୁ, ଭାଗୀରଥି ସ୍ବାଇଁ, ଧୀରେନ୍ ପାତ୍ର, ନିରଞ୍ଜନ ରାଉତ, ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ସହିତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ମହିଳା ୨୧ ନମ୍ବର ରାଜ୍ୟ ରାଜପଥର ଓଡ଼ଗାଁ ବ୍ଲକ ରୋଡ଼ ଛକରେ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ହାତରେ ଫ୍ଳାକ୍ କାର୍ଡ ଧରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ଳୋଗାନ ପ୍ରଦାନ କରିଥିଲେ । ଯେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏସଡିପିଓ ଦୀପ୍ତି କାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟ ନାରାୟଣ ବାରିକ, ସବଇନ୍ସପେକ୍ଟର ଚକ୍ରଧର ସିଂ ପ୍ରମୁଖଙ୍କ ସହ ପୋଲିସ କର୍ମଚାରୀମାନେ ଘଟଣା ସ୍ଥଳରେ ରହି ନଜର ରଖିଥିଲେ।
Sign in
Sign in
Recover your password.
A password will be e-mailed to you.