ଶହୀଦ ଜବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ  ଶୋଭାଯାତ୍ରା

0

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ଜାମ୍ମୁ କାଶ୍ମୀର ପୁଲୱାମା ରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ଶହୀଦ୍ ହୋଇଥିବା ଭାରତୀୟ ଜବାନଙ୍କ ଅମର ଆତ୍ମାର ଶଦଗତୀ ନିମନ୍ତେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସଅଁରା ପଞ୍ଚାୟତ ସଅଁରା ଗ୍ରାମରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି କ୍ୟାଣ୍ଡେଲ  ଶୋଭାଯାତ୍ରା ସଅଁରା ଗ୍ରାମର ହନୁମାନ ମନ୍ଦିର ପରିସର ଠାରୁ ଆରମ୍ଭ ହୋଇ ସଅଁରା ଛକ ଠାରେ ଶେଷ ହୋଇଥିଲା । ଏହି କ୍ୟାନ୍ଡେଲ ଶୋଭାଯାତ୍ରାକୁ ଅବସରପ୍ରାପ୍ତ (ସି.ଆର.ପି.ଏଫ୍)ଜବାନ ଅଜୟ ବଲ୍ଲବ ଦାସଙ୍କ ତତ୍ତ୍ବାବଧାନରେ ପରିଚାଳନା କରାଯାଇଥିଲା।ପ୍ରଥମେ ସହୀଦ ଜବାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ଏହି କ୍ୟାନ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଏହି ଶୋଭାଯାତ୍ରାରେ ପ୍ରଶାନ୍ତ କୁମାର ପାଣି,ବାବୁ ନାୟକ,ଟିକନ ସାହୁ,ଟିଟୁଆ ପ୍ରଧାନ,ବାବୁଲି ପ୍ରଧାନ,ଲୁବୁ ସାହୁ,ଦିଲ୍ଲୀପ ମହାନ୍ତି,ଅକ୍ଷୟ ବଲ୍ଲବ ଦାସ,ପ୍ରଭାକର ଷଡଙ୍ଗୀ,ପ୍ରଶାନ୍ତ ବଲ୍ଲବ ଦାସ,ଦେବାଶିଷ ଦାସ,ବିକ୍ରମ ଜେନା,ଶିବ ପ୍ରସାଦ ବୈଶାଖ ପ୍ରମୁଖଙ୍କ ସମେତ ସଅଁରା,ମୂଳିସିଂ,ଅରଣ,ଅଈନିପୁର ଆଦି ଆଖ ପାଖ ଗ୍ରାମର ଶତାଧିକ ଦେଶପ୍ରେମୀ ଯୁବକ ତଥା ସମାଜସେବୀ ଯୋଗଦେଇ ସହୀଦ ଜବାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

 

Leave A Reply

Your email address will not be published.