ଖୋର୍ଦ୍ଧାରୁ ( ସେକ ଜାଫର ): ଏକ ସଡ଼କ ଦୃଘଟଣାରେ ଅକାଳରେ ଚାଲିଗଲା ପରିବାରକୁ ଭାତହାଣ୍ଡି ଯୋଗାଇ ଦେଉଥିବା ରୋଜଗାରିଆ ଯୁବକର ଜୀବନ । ଆଜ୍ଞା ହଁ ଆମେ ଦେଖାଉଛୁ ବେଗୁନିଆ ବ୍ଲକ, ଅନ୍ତର୍ଗତ ଗଡମାଣତ୍ରି ଗ୍ରାମର ରବିନ୍ଦ୍ର ବିଶ୍ଵାଳ ଙ୍କର 24 ବର୍ଷର ଭେଣ୍ଡିଆ ପୁଅ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କର ଏକ ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଥିବା ସମସ୍ୟା ବିଷୟରେ । ଘଟଣା ଏହି ପ୍ରକାରର ଚନ୍ଦ୍ରଶେଖର ବିଶ୍ଵାଳ ନିଜ ପରିବାରର ପେଟ ପାଟଣା ପାଇଁ କାମ ଧନ୍ଦା ସରି ଖୋର୍ଦ୍ଧାରୁ ଗଡମାଣତ୍ରି ନିଜ ଘରକୁ ଫେରୁଥିବା ବେଳେ ଡାଳତୋଳା ଓ ପରିଛଳ ମଧ୍ୟରେ ଏକ ଭାରି ଚାରିଚକିଆ ଯାନ (ଆଇଚର) ପରିଛଳ ଆଡୁ ଦୃତ ଗତିରେ ଆସୁଥିବା ବେଳେ ଚନ୍ଦ୍ରଶେଖର ବିଶ୍ଵାଳ ଏକ ଦୁଇ ଚକିଆ ମୋଟର ସାଇକେଲ (ବାଇକ୍) ରେ ଆସୁଥିବା ବେଳେ ପରିଛଳ ଆଡୁ ଦୃତ ଗତିରେ ଆସୁଥିବା ଆଇଚର୍ ଗାଡ଼ିଟି ବାଇକ୍ ଟିକୁ ପିଟି ଦେଇ ଚମ୍ପଟ ମାରି ଖସିଯିବା ସମୟରେ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ ଆଇଚର୍ ଗାଡ଼ି ଚାଳକକୁ । ଓ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କୁ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇ ଥିଲେ । ସେଠାରେ ଚନ୍ଦ୍ରଶେଖର ଙ୍କର ଦେହ ବେଶୀ ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା । ପରେ ସବକୁ ଡାକ୍ତର ସବ ବେବଛେଦ କରି ଘରକୁ ପଠାଇ ଦେଇଥିଲା । ଆଜି ଚନ୍ଦ୍ରଶେଖର ଙ୍କର ସବ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କୁ ପହଞ୍ଚି ଥିଲା । ଏବଂ ଗ୍ରାମ ବାସୀ ଓ ଚନ୍ଦ୍ରଶେଖର ଙ୍କର ବାପା, ମାଁ, ସ୍ତ୍ରୀ ନ୍ୟାୟ ଆଶାରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଥିଲେ । ପରେ ପରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କ ସମେତ ଗ୍ରାମ ବାସୀଙ୍କୁ ବୁଝା ସୁଜା କରିବାରୁ ରାସ୍ତା ଅବରୋଧ ହଟାଇ ଥିଲେ ଗ୍ରାମ ବାସୀ ଓ ପରିବାର ଲୋକେ । କିନ୍ତୁ ପରିବାର ଲୋକେ ଓ ମୃତାଙ୍କ ଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି ମୃତକ ଚନ୍ଦ୍ରଶେଖର ପଛରେ ଛାଡି ଯାଇଥିବା ନିଜର ଦେଢ଼ ବର୍ଷର ଶିଶୁ କନ୍ୟା ନିଜ ସ୍ତ୍ରୀ ଓ ବୃଦ୍ଧ ବାପା ମାଁ କିପରି ଚଳିବେ ଓ ଦେଢ଼ ବର୍ଷର ଝିଅ ର ଭବିଶ୍ୱୋତ କୁ ଆଖି ଆଗରେ ରଖି ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି ମୃତକ ଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ସହିତ ସମସ୍ତ ପ୍ରକାରର ସରକାରୀ ସୁବିଧା ଯୋଗାଇ
ଦେବା ପାଇଁ ।
Sign in
Sign in
Recover your password.
A password will be e-mailed to you.