ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ

2

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

​ଆଜି ନିଧିଆପଲ୍ଲୀ ଛକ ନିକଟରେ ଏସ୍.ଆଇ. ଏଲ୍. ବିଶ୍ୱାଳଙ୍କ ନେତୃତ୍ୱରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ନେଇ ସୂଚନା ମିଳିବା ପରେ, ପୋଲିସ ଟିମ୍ ଖାରିଗୁଡ଼ା ନିକଟରେ ସତର୍କ ହୋଇ ରହିଥିଲେ। ଏକ ନାଲି ଓ କଳା ରଙ୍ଗର ପଲସର ମୋଟର ସାଇକେଲରେ (OD 03 D 8859) ଆସୁଥିବା ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ବେଆଇନ ଗଞ୍ଜେଇ ମିଳିଥିଲା। ​୧. ନରେଶ କହଁର, ଗ୍ରାମ: ସାଲାଗୁଡ଼ା, ଜିଲ୍ଲା: କନ୍ଧମାଳ। ୨. ଭିକାରୀ ଦଳବେହେରା, ଗ୍ରାମ: ତାରାସିଂ, ଜିଲ୍ଲା: ଗଞ୍ଜାମ। ​କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ରୀ ଅବିନାଶ ମହାରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନିମ୍ନଲିଖିତ ସାମଗ୍ରୀ ଜବତ କରାଯାଇଛି:
​୨୯ କେଜି ବେଆଇନ ଗଞ୍ଜେଇ।
​ନଗଦ ୧୩୫୦ ଟଙ୍କା। ​ଏକ ପଲସର୍ ମୋଟର ସାଇକେଲ (OD 03 D 8859) ।​ଏହି ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ କେସ୍ ନଂ ୧୨୩, ତା ୧୦.୦୨.୨୬, ଧାରା 20(b)(ii)(c)/29 NDPS Act ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଅଞ୍ଚଳରେ ନିଶା କାରବାର ରୋକିବା ପାଇଁ ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

Leave A Reply

Your email address will not be published.