ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ।

2

କାଶୀପୁର ରୁ ବୈକୁଣ୍ଠ ଦୁରିଆ:-ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକି କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି ।ମୂଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରଷ୍ପତୀ ମାଝୀ ,ସମ୍ନାନିୟ ଅତିଥି ଚନ୍ଦ୍ରକାନ୍ତ ମାଝୀ ପିଏ ଆଇଟିଡିଏ ,ଓ ଅନ୍ୟ ମୁଖ୍ୟ ଅତିଥି ଭାବେ ବ୍ଲକ ମଙ୍ଗଳଅଧିକାରୀ ଅକ୍ଷୟକୁମାର ସାହୁ ବ୍ଲକ ଅଦକ୍ଷ କଣ୍ଠ ମାଝୀ ,ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ଓ କାଶିପୁର ବିଧାୟକ ପ୍ରତିନିଧି ଜିଜୁରୁ ମାଝୀ ଯୋଗଦେଇ ଦିପ୍ପ ପ୍ରଜଳନ କରିଥିଲେ।ମୁଖ୍ୟ ବକ୍ତା ଶ୍ୟାମାଘନ ଭୁୟାଁ ଯୋଗଦେଇଥିଲେ। ଉଦଘାଟନୀ ଉତ୍ସବରେବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲଚନ୍ଦ୍ରପଣ୍ଡା ଙ୍କ ସଭାପତିତ ସଭାଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖେଳକୁଦ ରେ ଭାଗନେଇ ଉତ୍ତିର୍ଣ ହୋଇଥିବା ଛାତ୍ରୀ ମାନଙ୍କ ମୁଖ୍ୟ ଅତିଥିମାନଙ୍କୁ ପୁରସ୍କୃତକରାଯାଇଥିଲା ।ଅନ୍ୟଅତିଥି ମାନଙ୍କ ମଧ୍ୟରେ ରବୀନ୍ଦ୍ର ବାରିକ ଗୋରଖପୁର ପ୍ରଧାନ ଶିକ୍ଷକ, ଜ୍ଞାନ ରଂଜନ ସାହୁ ପ୍ରଧାନ ଶିକ୍ଷକ ଡଙ୍ଗାସିଲ୍,ସାନ୍ତି କୁମାରୀ ବେହେରା ଆଶ୍ରମ ବିଦ୍ୟାଳୟ, ଥୁଟିବର ପ୍ରଧାନ ଶିକ୍ଷୟତ୍ରୀ, ସଞ୍ଜୟ କୁମାର ବେହେରା ଆଶ୍ରମ ବିଦ୍ୟାଳୟ ଥୁଟିବର କଲୋନୀ ପ୍ରଧାନ ଶିକ୍ଷକ , ଗଣେଶ ମାଲି ସାନମାଟିକଣା ପ୍ରଧାନ ଶିକ୍ଷକ ,ଚନ୍ଦ୍ର ଶେଖର ବେହେରା ପ୍ରଧାନ ଶିକ୍ଷକ ବଡମାରିଭଟା ଉପସ୍ଥିତ ଥିଲେ।

Leave A Reply

Your email address will not be published.