କେନ୍ଦୁଝର,ତା୧୦/୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡା ଠାରେ ଥିବା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ପ୍ରଦାନ ଓ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥିଭାବେ ଜିଲା ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମିତିସଭ୍ୟା ତିଳୋତ୍ତମା ମହାନ୍ତ,ସ୍କୁଲ ପରିଚାଳନା କମିଟି ସଭାପତି ଦୁର୍ଲ୍ଲଭ ଘଣା, ପୂର୍ବତନ ସଭାପତି ଦୁଷ୍ମନ୍ତ ଘଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଧୁସୂଦନ ପ୍ରଧାନ, ପ୍ରତାପ କିଶୋର ରାଉତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ପୁହାଣ,ସ୍ଵତନ୍ତ୍ରଭାବେ ମଞ୍ଚାସୀନ ହୋଇଥିଲେ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଦେବାନନ୍ଦ ମହାକୁଡ। ପ୍ରଥମେ ମା’ ତାରିଣୀଙ୍କ ଫଟୋଚିତ୍ରରେ ଅତିଥି ଧୂପ ଦୀପ ପ୍ରଜ୍ବଳନ କରିବାପରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସ୍ଵାଗତ ନୃତ୍ୟ ଓ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ପରେ ପରେ ବାର୍ଷିକ କ୍ରୀଡାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ବିଦାୟୀ ଶିକ୍ଷକ ଦେବାନନ୍ଦ ମହାକୁଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ବିଦାୟୀ ଶିକ୍ଷକଙ୍କୁ ପ୍ରଶଂସା ଓ ତାଙ୍କ ଗୁଣଗାନ କରିଥିଲେ। ଏହାପରେ ଗ୍ରାମର କିଛି ମୁରବି, ସମାଜସେବୀ, ଯୁବଗୋଷ୍ଠୀ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଅଭିମନ୍ୟୁ ରାଉତ, ରବିନ୍ଦ୍ର ବେଜ, ଅଭିମନ୍ୟୁ କବି, ପ୍ରଦୀପ କୁମାର ବରାଳ, ଜଗନ୍ନାଥ ପ୍ରଧାନ, ଉଗ୍ରସେନ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.