ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୦୯/୦୨/୨୬ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଏଇତିହାସିକ ଶୈବ ପୀଠ ଡାବୁଗାଁ ର କେଲିଆ ବାବା ଝାଡେ ଶ୍ୱର ଶୈବ ପୀଠରେ ଆଗାମୀ ୧୫ ଫେବୃୟାରୀ ରେ ଅନୁଷ୍ଠିତ ହେବାକୁ ଥିବା ମହାଶିବରାତ୍ରି (ଜାଗର) ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସଭାପତି ଗୀତା ମୁର୍ମ୍ୟୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ କିଭଳି ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ ହେବ ସେ ନେଇ ଆଲୋଚନା ହୋଇଥିଲା। ପ୍ରତିବର୍ଷ କେଲିଆ ଶୈବ ପୀଠରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ସମାଗମ ହେଉ ଥିବାରୁ ଭକ୍ତ ଙ୍କ ସୁରକ୍ଷା ସହ , ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ସୁବିଧା ଓ ଭକ୍ତଙ୍କ ସୁରୁଖୁରୁରେ ବ୍ୟାରିକେଡ଼ ଦେଇ ଧାଡ଼ି ଦର୍ଶନ ସହ ଅଣ ଭୋଗ ର ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ମନ୍ଦିର ପରିଚାଳନା କୋଷାଧ୍ୟକ୍ଷ ଜି ସାଇ ରାଜୁ, ଭଗବାନ ମହାନ୍ତି, ଧର୍ମାନନ୍ଦ ନାୟକ,କର୍ଣ୍ଣ ଭତରା, ପଦମ୍ ମାଝୀ, ଭାଗିରଥି ମାଝୀ, କର୍ଣ୍ଣ ମାଝୀ, ନରସିଂହ ମାଝୀ, ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.