ନୟାଗଡ଼ (ବିଶ୍ୱଜିତ ନାୟକ): – ନୟାଗଡ଼ ନିକଟସ୍ଥ ତୁଳସିପୁର ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅଙ୍କୁରାରୋପଣ କରାଯାଇଥିବାବେଳେ ରବିବାର କଳସ ଶୋଭାଯାତ୍ରା କରିଯାଇଥିଲା । ହାଟଦ୍ବାର ନିକଟ ଡାହୁକା ନଦୀରୁ ଦେଢଶହରୁ ଅଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞରେ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଶାରଦା ସାହୁ କର୍ତ୍ତା ହୋଇଛନ୍ତି। ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଏବଂ ବିଜୟାନନ୍ଦ ନାୟକ , ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିଲେ । ସମସ୍ତ କାଯ୍ୟକ୍ରମକୁ ଶ୍ରୀକାନ୍ତ ଖଟେଇ , ବୈଦ୍ୟ ଭୂଷଣ ମହାପାତ୍ର , ପ୍ରଦୀପ ସାହୁ , ସୁଶାନ୍ତ ପ୍ରଧାନ, ସତ୍ୟବ୍ରତ ଦାସ, ବିମଳେନ୍ଦୁ ପଟ୍ଟନାୟକ , ହରିହର ସାହୁଙ୍କ ସମେତ ମନ୍ଦିରର ସଦସ୍ୟ ମାନେ ସହଯୋଗ କରିଥିଲେ । ସୋମବାର ଯଜ୍ଞ ପୂର୍ଣ୍ଣାହୁତି ସହ ପ୍ରସାଦସେବନ ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟବସ୍ଥା କରାଯାଇଥିଲା । ସୋମବାର ୫ହଜାରରୁ ଅଧିକ ଭକ୍ତମାନେ ଯୋଗଦେଇ ପ୍ରସାଦସେବନ ସହ ବାବାଙ୍କ କୃପାଲାଭ କରିଛନ୍ତି । ଏହାସହିତ ସନ୍ଧ୍ଯାରେ ବାବାଙ୍କ ଚଭାଡି ଯାତ୍ରା ସହର ପରିକ୍ରମା କରିଥିଲା ।
Sign in
Sign in
Recover your password.
A password will be e-mailed to you.