ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆୟୋଜିତ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ମହୋତ୍ସବ–୨୦୨୬’ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ନିଜ ମାଟିର ଭାଷାରେ ମଞ୍ଚସ୍ଥ ନାଟକ ଦର୍ଶକମାନଙ୍କ ମନରେ ଗଭୀର ଆବେଗ ସୃଷ୍ଟି କରୁଥିବା ସହ ସମ୍ବଲପୁରୀ କୋଶଲି ଭାଷା ଓ ସାହିତ୍ୟ ଆନ୍ଦୋଳନକୁ ଆହୁରି ସମୃଦ୍ଧ କରୁଛି ବୋଲି ମହୋତ୍ସବର ଉଦ୍ଯାପନୀ ଦିବସ ଅବସରରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।ସମାଜରେ ନାଟ୍ୟ ଚେତନା ସୃଷ୍ଟି ପାଇଁ ଏପରି ନାଟ୍ୟ ମହୋତ୍ସବର ଗୁରୁତ୍ୱ ଅତ୍ୟନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଅବାହକତ୍ୱ ଓ ସଭାପତି ହୃଦମଣି ସାହୁଙ୍କ ସଭାପତିତ୍ୱରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସମ୍ପାଦକ ସୁଶାନ୍ତ ରଞ୍ଜନ ପ୍ରଧାନ ମହୋତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ ଯେ, ସମ୍ବଲପୁରୀ କୋଶଲି ଭାଷା ଓ ସଂସ୍କୃତି ଏହି ମାଟିର ପରିଚୟ ଓ ଆତ୍ମା। ନାଟକ ମାଧ୍ୟମରେ ଲୋକଜୀବନର ସତ୍ୟ, ସାମାଜିକ ସଂଘର୍ଷ ଓ ସଂସ୍କୃତିକ ମୂଲ୍ୟବୋଧ ମଞ୍ଚରେ ସୁନ୍ଦର ଭାବେ ଉପସ୍ଥାପିତ ହେଉଛି, ଯାହା ଭାଷା ଓ ସାହିତ୍ୟକୁ ଆହୁରି ସଶକ୍ତ କରୁଛି। ଉତ୍ତାଲଗଡ଼ ଭଳି ନାଟ୍ୟ ମହୋତ୍ସବ ନୂତନ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ସେ କହିଥିଲେ ଏବଂ ଏପରି ସାହିତ୍ୟ ସଂସ୍କୃତିକ ଆନ୍ଦୋଳନକୁ ସଦା ସମର୍ଥନ କରିବେ ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜୟକୃଷ୍ଣ ଡ଼ନସେନା, ଅଭିଷେକ ଶେଠ, ଡ଼. ରାମକୃଷ୍ଣ ପୁରୋହିତ, ଯଶୋବନ୍ତ ମେହେର, କେଶରଞ୍ଜନ ପ୍ରଧାନ, ମୋହନ ସିଂ କହ୍ନେଇ, ଆଶୋକ ବହିଦାର ଓ ଉତ୍ପନ୍ନ ଭୋଇ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ମୁକ୍ତମଞ୍ଚ ନାଟକର କଳାକାର କଂସାରି ସାହୁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଖଗେଶ୍ୱର ସମ୍ମାନ’ ଏବଂ କରମସାନୀ କଳାକାର ବାସୁଦେବ ଭୋଇଙ୍କୁ ‘ଉତ୍ତାଲଗଡ଼ ସମ୍ମାନ’ ପ୍ରଦାନ କରାଯାଇଥିଲା।ମହୋତ୍ସବରେ ପ୍ରଥମ ନାଟକ ମୁନସି ପ୍ରେମଚାନ୍ଦଙ୍କ ମୂଳ ରଚନା ଓ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶନାରେ ଲୁ’ ନାଟ୍ୟ ସଂସ୍ଥା, ପଦ୍ମପୁର (ମହୁଲପାଲି)ର କଳାକାରମାନେ ‘ବଳିଦାନ’ ନାଟକ ପରିବେଷଣ କରିଥିଲେ। ଦ୍ୱିତୀୟ ନାଟକ ‘ଗୁଟେ ରାତିର କଥା’ ବୀଣାପାଣି ସାହିତ୍ୟ ସଂସଦ, ବଡ଼କର୍ଲେ (ସୋନପୁର)ର କଳାକାରମାନେ ପ୍ରସ୍ତୁତ କରିଥିଲେ। ଶେଷରେ କାଳିଦାସଙ୍କ ଅମର କୃତି ‘ଶକୁନ୍ତଳା’ ନାଟକକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗର ଛାତ୍ରଛାତ୍ରୀମାନେ ସଫଳତାର ସହ ମଞ୍ଚସ୍ଥ କରିଥିଲେ l
Sign in
Sign in
Recover your password.
A password will be e-mailed to you.